ମହିଳା ସଦସ୍ୟ ସଂସଦରେ ମୁଥ ମରାମରି ସହିତ କେଶ ଟଣାଟଣି ହେଲେ …

ଲା ପାଜ୍‌,୧୦।୬: ସଂସଦରେ ମୁଥ ମରାମରି ହେବା ସହିତ କେଶ ଟଣାଟଣି ହେବା ଭଳି ଅପ୍ରୀତିକର ଘଟଣା ଘଟିଛି। ଏଭଳି ବଲିଭିଆ ସଂସଦରେ ହୋଇଛି। ପୂର୍ବ ରାଷ୍ଟ୍ରପତି ଜିନିନ୍‌ ଅନେଜ୍‌ଙ୍କ ଗିରଫକୁ ନେଇ ଶାସକ ଏବଂ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ସଦସ୍ୟମାନେ ପରସ୍ପରକୁ ଗାଳି ଗୁଲଜ କରିବା ସହିତ ଫିଙ୍ଗା ଫୋପଡ଼ା କରିଥିଲେ। ଏଥିରେ ମହିଳା ସଦସ୍ୟମାନେ ଅଧିକ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ମାର୍ଚ୍ଚରେ ଜିନିନ୍‌ଙ୍କୁ ଗିରଫ କରାଯାଇଥିଲା। ବିରୋଧୀ ଦଳ ଏନେଇ ଅସନ୍ତୁଷ୍ଟ ଥିଲେ। ନିର୍ବାଚନରେ ଦୁର୍ନୀତି ନେଇ ତାଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା।

 

Share