Categories: ଜାତୀୟ

ତ୍ରିପୁରା ହିଂସାର ରିପୋର୍ଟ କରିବାରୁ ୨ ମହିଳା ଜର୍ନାଲିଷ୍ଟ ଅଟକ

ଗୁଆହାଟୀ,୧୪।୧୧: ତ୍ରିପୁରା ହିଂସାକୁ ନେଇ ବିବାଦୀୟ ଖବର ପ୍ରକାଶ କରିଥିବା ଦିଲ୍ଲୀର ଦୁଇଜଣ ମହିଳା ଖବରଦାତାଙ୍କୁ ଅଟକ ରଖାଯାଇଛି। ସେମାନେ ଧର୍ମ ଆଧାରରେ ବିଭିନ୍ନ ସଂଗଠନ ମଧ୍ୟରେ ଶତ୍ରୁତା ବଢ଼ାଇବା ସହ ଅପରାଧ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ସମୃଦ୍ଧି ସକୁନିଆ ଏବଂ ସ୍ବର୍ଣ୍ଣ ଝା ନାମକ ଏହି ଖବରଦାତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତ୍ରିପୁରାର ଗୋମତି ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ଆସାମ କରିମଗଞ୍ଜର ନିଲମବଜାର ଥାନାରେ ଅଟକ ରଖାଯାଇଛି। ଏଚ୍‌ଡବ୍ଲ୍ୟୁ ନ୍ୟୁଜ୍‌ ନେଟଓ୍ବର୍କ ନାମକ ଗଣମାଧ୍ୟମ ସଂସ୍ଥା ପାଇଁ ସେମାନେ କାମ କରୁଥିଲେ।

Share