ସ୍ବାମୀଙ୍କୁ ନପୁଂସକ ଔଷଧ ଦେଉଛନ୍ତି ଏହି ଦେଶର ମହିଳା…

ବେଜିଂ,୨୮।୪: ସ୍ବାମୀଙ୍କ ଅଜାଣତରେ ସ୍ତ୍ରୀ ତାଙ୍କୁ ନପୁଂସକ ଔଷଧ ଦେଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଚାଇନାର କେତେକ ମହିଳା ଗୁପ୍ତରେ ଏଭଳି କରୁଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସ୍ବାମୀ ଯେଭଳି ଅନ୍ୟ କୌଣସି ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ନ ରଖି ପାରିବେ। ଏହା ଦ୍ୱାରା ସ୍ବାମୀ ଆଉ ଧୋକା ଦେଇ ପାରିବେନି। ବାହାରେ କାହା ସହିତ ରୋମାନ୍ସ୍‌ କରିବା ଆଉ ସମ୍ଭବ ହେବନି। ଦାମ୍ପତ୍ୟ ଜୀବନରେ କେତକ ଚାଇନା ମହିଳାଙ୍କ ଏଭଳି କାର୍ଯ୍ୟ ବୁଦ୍ଧିଜୀବୀଙ୍କୁ ଚକିତ କରିଛି। ଚାଇନା ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ ଅନୁସାରେ କେତେକ ଚାଇନା ମହିଳା ସେମାନଙ୍କ ସ୍ବାମୀଙ୍କ ଅଜାଣତରେ ଡାୟଥାଇଲ୍‌ଷ୍ଟିଲବେଷ୍ଟ୍ରୋଲ ଔଷଧ ଦେଉଛନ୍ତି। ଏହାଦ୍ୱାରା ସେମାନଙ୍କର ଯୌନ ଲାଳସା କମି ଯିବ। ଏହା ଏକ ପ୍ରକାର ସିନ୍ଥେଟିକ୍‌ ଏଷ୍ଟ୍ରୋଜନ୍‌। ଏହାଦ୍ୱାରା ଶାରୀରିକ ସମ୍ପର୍କ ଲାଗି ଇଛାଶକ୍ତି କମି ଯାଇଥାଏ। ଏବେ ଏହି ଖବର ଚାଇନା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କେତେକ ମହିଳା ଏହି ଔଷଧକୁ ଅନ୍‌ଲାଇନ୍‌ରେ ମଗାଉଥିବା ନେଇ ଓ୍ବି ଚାଟ୍‌ରେ ପ୍ରକାଶ ପାଇଛି। ମାତ୍ର ଘଟଣା ସମ୍ପର୍କରେ ପ୍ରଚାର ହେବା ପରେ ଏବେ ଡାୟଥାଇଲ୍‌ଷ୍ଟିଲବେଷ୍ଟ୍ରୋଲ ଔଷଧ ଅନ୍‌ଲାଇନ୍‌ ପ୍ଲାଟଫର୍ମରୁ ଗାଏବ୍‌ ହୋଇଯାଇଛି।

Share