ଆର୍ଥିକ ସୁପରିଚାଳନାରେ ନାରୀ

ଡ. ଅନ୍ତର୍ଜିତା ନାୟକ

ଆମେ ଆର୍ଥିକ ବ୍ୟବସ୍ଥା ଓ ଏହାର ସୁପରିଚାଳନାରେ ନାରୀର ଭୂମିକା ସମ୍ପର୍କରେ ଆଲୋଚନା କରୁଛନ୍ତି, ତେବେ ଦେଶର ଅର୍ଥନୀତିରେ ଜଣେ ହାଉସୱାଇଫ ବା ଗୃହିଣୀର ଯୋଗଦାନ ଅଛି କି ନାହିଁ, ତାହା ତର୍ଜମା କରିବା ଜରୁରୀ। ଆମେ ହାଉସୱାଇଫଙ୍କ କାମକୁ ଜାତୀୟ ଆୟ ଆକଳନ କିମ୍ବା ମୋଟ ଘରୋଇ ଉତ୍ପାଦ ଗଣନାରେ ନେଉନାହାନ୍ତି କି ନେଇ ପାରୁନାହାନ୍ତି। କାରଣ, ଘରେ କାମ କରିବା ବା ଘର ଲୋକଙ୍କ ପାଇଁ କାମ କରିବାରେ କୌଣସି ମଜୁରି କ୍ଷତିପୂରଣ ନାହିଁ କି ସାମାଜିକ ପୁଞ୍ଜି ବା ମାନବ ପୁଞ୍ଜିର କୌଣସି ସରକାରୀ ପରିସଂଖ୍ୟାନରେ ରେକର୍ଡ ରଖାଯାଇ ପାରୁନାହଁି। ଗୃହିଣୀମାନଙ୍କ ଦ୍ୱାରା ପ୍ରଦତ୍ତ ସେବାର ମୂଲ୍ୟକୁ ଅର୍ଥରେ ଠିକ୍‌ ଭାବରେ ମାପିବା କଷ୍ଟକର। ତା’ ମାନେ ନୁହଁ ଯେ ଆମେ କହିଦେବା ହାଉସୱାଇଫ କିଛି କାମ କରେ ନାହିଁ କିମ୍ବା ତାଙ୍କର ଆର୍ଥିକ ଯୋଗଦାନ ଶୂନ। ଆଜି ମଧ୍ୟ ଭାରତରେ ପଚାଶ ପ୍ରତିଶତ ଗ୍ରାମ୍ୟ ମହିଳା ଓ କୋଡ଼ିଏ ପ୍ରତିଶତ ସହରୀ ମହିଳା ସଫା ପାଣି ଲାଗି ମାଇଲେ ଦୂରକୁ ଯାଉଛନ୍ତି। ପାଣି ପାଇଁ ଲମ୍ବା ଲାଇନରେ ଠିଆ ହେଉଛନ୍ତି। ସେମାନେ ଗୋରୁ-ଗୁହାଳ କଥା ବୁଝୁଛନ୍ତି, ଘରର ପରଷ୍କାର ପରିଚ୍ଛନ୍ନତା, ରୋଷେଇ ବାସ, ପିଲାଙ୍କ ଯତ୍ନ ଓ ପରିବାରର ଦାୟିତ୍ୱ ବି ନିର୍ବାହ କରୁଛନ୍ତି। ତା’ ଛଡ଼ା ବେଳେ ବେଳେ ଚାଷ-ବାସ ଓ ଛୋଟ-ମୋଟ ଘରୋଇ ବ୍ୟବସାୟରେ ମଧ୍ୟ ସହଯୋଗ କରୁଛନ୍ତି। କିନ୍ତୁ ଏହି ସବୁ କାମ ସକାଶେ କୌଣସି ବେତନ ବା ଦରମା ନାହିଁ। କେତୋଟି ଅଧ୍ୟୟନ ଅନୁଯାୟୀ, ମହିଳାମାନେ ପୁରୁଷଙ୍କ ତୁଳନାରେ ତିନିଗୁଣ ଅଧିକ ସମୟ ଅବୈତନିକ କାର୍ଯ୍ୟରେ ଅତିବାହିତ କରନ୍ତି। ଯଦି ଆମେ ସେଇ ଅବୈତନିକ କାର୍ଯ୍ୟର ଠିକ୍‌ ମୂଲ୍ୟାଙ୍କନ କରି ବୈତନିକ କାମର ଦରମା ସହିତ ସମାନ ଭାବରେ କ୍ଷତିପୂରଣ ଦେବା, ତେବେ ତାହା ଭାରତର ଆର୍ଥିକ ଉତ୍ପାଦନରେ ବର୍ଷକୁ ୩୦୦ବିଲିୟନ ୟୁଏସ୍‌ ଡଲାରର ସହାୟକ ରାଶି ହେବ। କିନ୍ତୁ ଆମେ ଗୃହିଣୀର ଏହି ଆର୍ଥିକ ଯୋଗଦାନକୁ କେବେ ଗଣନାକୁ ନେଇ ନ ଥାଉ। ଜଣେ ଗୃହିଣୀ ଏକ ସୁସ୍ଥ ପରିବାର ଓ ସ୍ଥିର ସମାଜର ଭିତ୍ତିଭୂମି ପ୍ରଦାନ କରି ସିଧାସଳଖ ସମାଜ ଏବଂ ଅର୍ଥନୀତିରେ ଯୋଗଦାନ କରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଜଣେ ଗୃହିଣୀ ଏକ ମଜଭୁତ ପରିବାର ଓ ଏକ ସ୍ଥିର ସମାଜ ପାଇଁ ଏକ ସୁଦୃଢ଼ ଭିତ୍ତି ପ୍ରଦାନ କରନ୍ତି। ନିଜ ପିଲାମାନଙ୍କୁ ଠିକ୍‌ ତାଲିମ ପ୍ରଦାନ କରିବା ସହ ସକାରାତ୍ମକ ଭାବର ଉନ୍ମୋଚନ କରି ଆତ୍ମବିଶ୍ୱାସୀ ଓ ଦାୟିତ୍ୱବାନ୍‌ ଯୁବ ପିଢ଼ି ନିର୍ମାଣ କରନ୍ତି। ଏହାବାଦ୍‌ ପରୋକ୍ଷରେ ସମାଜର ବିକାଶରେ ମଧ୍ୟ ଯୋଗଦାନ କରିଥାନ୍ତି, ଯାହାଫଳରେ ଏକ ସୁସ୍ଥ ଅର୍ଥନୀତି ଗଢି ଉଠିବାରେ ସମ୍ଭାବନା ଅଧିକ। ସେଥିଲାଗି ଜଣେ ହାଉସୱାଇଫର ଦେଶର ଅର୍ଥନୀତି ବା ଆର୍ଥିକ ବ୍ୟବସ୍ଥାରେ କାମ କ’ଣ, ପ୍ରଶ୍ନ କରିବା ଯେତିକି ସହଜ, ତା’ର ଉତ୍ତର ଖୋଜି ପାଇବା ହୁଏତ ସେତିକି ସରଳ ନୁହେଁ।
ଗୋଟିଏ ପରିବାରରେ ଆର୍ଥିକ ସଙ୍କଟ ସମୟରେ ଆର୍ଥିକ ସୁପରିଚାଳନା ଦିଗରେ ବିଶେଷକରି ଜଣେ ନାରୀର ଭୂମିକା ଖୁବ୍‌ ବେଶି। ସାଧାରଣତଃ, ଆର୍ଥିକ ସଙ୍କଟର ପ୍ରଭାବ ନାରୀ ଉପରେ କ’ଣ, ତାହା ହିସାବ କରିବା ଅତି ସହଜ। କିନ୍ତୁ ଆର୍ଥିକ ସଙ୍କଟ ସମୟରେ ଆର୍ଥିକ ସୁପରିଚାଳନା ଦିଗରେ ନାରୀର ଭୂମିକା କ’ଣ ଖୋଜି ପାଇବା କିମ୍ବା ତା’ର ବିଷୟବସ୍ତୁ ବିଶ୍ଳେଷଣ କରିବା ସହ ମୌଳିକ ଭାବରେ ମାପିବା କଷ୍ଟକର। ଆପଣମାନଙ୍କର ମନେ ଥିବ, ୮ ନଭେମ୍ବର ୨୦୧୬ରେ ଯେତେବେଳେ ସରକାର ବିମୁଦ୍ରୀକରଣ ଘୋଷଣା କରିଥିଲେ, ସେତେବେଳେ କଳାବଜାରରେ ଯେତିକି ହଇଚଇ ହୋଇଥିଲା, ସେତିକି ଅସ୍ଥିରତା ଘରେ ଗୃହିଣୀମାନଙ୍କ ମଧ୍ୟରେ ବି ଦେଖିବାକୁ ମିଳିଥିଲା। କାରଣ ଗୁପ୍ତ ଭାବରେ,ଗୁପ୍ତ ଜାଗାରେ ଅର୍ଥ ସଞ୍ଚୟ କରିବା ନାରୀମାନଙ୍କର ଅତି ପୁରୁଣା ଅଭ୍ୟାସ। ବେଳେବେଳେ ସେଇ ଗୁପ୍ତ ସଞ୍ଚିତ ଧନ ଅସୁବିଧା ସମୟରେ କେତେ ଓ କେମିତି କାମରେ ଆସେ ତାହା ପ୍ରାୟତଃ ସମସ୍ତେ ଜାଣନ୍ତି। ଅଳ୍ପରେ ଚଳିବା ବା ସମସ୍ତଙ୍କୁ ଚଳେଇବା ଦକ୍ଷତା ନାରୀ ପାଖରେ ଅଛି। ଯେତେବେଳେ କରୋନା ଯୋଗୁ ଲକ୍‌ଡାଉନ ଚାଲିଥିଲା, ସେତେବେଳେ ଯାହା ଯେତିକି ମିଳୁଥିଲା ସେତିକିରେ ଘର ଚଳାଇବା,ଅଳ୍ପ ଆୟରେ ଘରର ବ୍ୟୟକୁ ସମ୍ଭାଳିବା ଭଳି ଗୁରୁଦାୟିତ୍ୱ ନାରୀ ହିଁ ତୁଲାଉଥିଲା। ସମସ୍ତଙ୍କୁ କାମ-ଦାମ, ସ୍କୁଲ-କଲେଜରୁ ଛୁଟି ମିଳିଥିବା ସମୟରେ ନାରୀ ହିଁ କେବଳ ଛୁଟି ପାଉ ନ ଥିଲା। ଅଳ୍ପ ଅର୍ଥରେ ବହୁତ ଜଣଙ୍କୁ ବହୁତ ଦିନ ଲାଗି କେମିତି ଚଳାଇ ହେବ,ତା’ର ସୁପରିଚାଳନା ନାରୀ ହିଁ କରୁଥିଲା। ଆମେ ଦେଖିବା ଭିତରେ କରୋନା ଭଳି ଏକ ସଙ୍କଟାପନ୍ନ ସ୍ଥିତିରେ ନାରୀର ଭୂମିକା ଥିଲା ଅତୁଳନୀୟ।
ଆଜିକାଲିକା ଆଧୁନିକ ପିଲାମାନଙ୍କର ଅର୍ଥର ଆବଶ୍ୟକତା କିମ୍ବା ଚାହିଦାକୁ ଦୃଷ୍ଟିରେ ରଖି ଆର୍ଥିକ ନିୟନ୍ତ୍ରଣ ଦିଗରେ ଜଣେ ମା’ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କୁ ପିଲାଦିନରୁ ଅର୍ଥର ମୂଲ୍ୟ ବୁଝାଇବା ଦାୟିତ୍ୱ ସର୍ବଦା ମା’ମାନଙ୍କର । ମୁଠାଏ ଅନ୍ନ, ନିର୍ମଳ ବାୟୁ, ସ୍ବଚ୍ଛ ଜଳ ମାଗଣାରେ ମିଳି ନ ଥାଏ। ଆମକୁ ତାହା ଅର୍ଜନ କରିବାକୁ ପଡ଼େ। ଆମ ପାଖରେ ସବୁ କିଛି ସହଜରେ ଉପଲବ୍ଧ ହେଉଛି ବୋଲି ତାହା ନୁହେଁ ଯେ ଆମେ ସେସବୁ ନଷ୍ଟ କରିବା। ଏହି ଭଳି କଥା ସବୁ ଅନୈତିକ ବୋଲି ପିଲାମାନଙ୍କ ମନରେ ରୋପଣ କରିବାର ଦାୟିତ୍ୱ ହେଲା ମା’ମାନଙ୍କର। ଧନ ଉପାର୍ଜନ କରିବାର କଷ୍ଟ, ଧନ ଖର୍ଚ୍ଚ କରିବାର ସୁଖଠାରୁ ବେଶି ବୋଲି ପିଲାମାନେ ପିଲାଦିନରୁ ଶିଖିଥିଲେ ଆଗକୁ ଯାଇ କ’ଣ ଆବଶ୍ୟକ , କ’ଣ ଆବଶ୍ୟକ ନୁହେଁ ବା କ’ଣ ନ ହେଲେ ମଧ୍ୟ ଚଳେଇନେଇ ହେବ, ତା’ର ଠିକ୍‌ ବିଚାର କରିପାରିବେ। ଇଂଲିଶରେ ଗୋଟିଏ ପ୍ରଚଳିତ ବାକ୍ୟ ଅଛି ‘My Dad is an ATM’। ବାପା ATM ହୁଅନ୍ତୁ କିମ୍ବା ATM କାର୍ଡ ହୁଅନ୍ତୁ,କିନ୍ତୁ ମୋ ମତରେ ସେଇ ସବୁ ATMର ପିନ୍‌ ମା’ ପାଖରେ ରହିଲେ ପିଲାମାନଙ୍କର ଆର୍ଥିକ ନିୟନ୍ତ୍ରଣ ଠିକ୍‌ ଭାବେ କରିହେବ।
ଆର୍ଥିକ ସୁପରିଚାଳନାରେ ନାରୀର ଭୂମିକା ବିଷୟରେ ତର୍ଜମା କରି ଏତିକି ବାଟ ପହଞ୍ଚତ୍ବା ଭିତରେ ଅନେକ ଭାବୁଥିବେ ଯେ ଏବେକା ନାରୀ ଓ ସେବେକା ନାରୀ ଭିତରେ ବ୍ୟତିକ୍ରମ ଘଟି ସାରିଛି। ଆଜିକାଲି ନାରୀମାନେ କର୍ମଜୀବୀ ଓ ଆତ୍ମନିର୍ଭରଶୀଳ ହୋଇଗଲେଣି। ପରିବାରକୁ ବା ସମାଜକୁ ଚଳାଇବାର ପଦ୍ଧତି ଏବଂ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଆସିଗଲାଣି। ତାହା ସତ, କିନ୍ତୁ ଆଜି ବି ଟୁଥ୍‌ ପେଷ୍ଟ ସରିଯିବା ପରେ ତାକୁ ଚିପି-ଚିପି ଆଉ ଦୁଇଦିନ ଚଳାଇବା, ତେଲକୁ ବୋତଲରେ ପୂରାଇଲା ପରେ ଜରିକୁ ଓଲଟାଇ ତେଲ ନିଗାଡିବା, ସରି ଯାଇଥିବା ଶାମ୍ପୁ ବୋତଲରେ ପାଣି ପୂରାଇ ତାକୁ ବ୍ୟବହାର କରିବା, ରାନ୍ଧିଥିବା ଖାଦ୍ୟ ନ ଅଣ୍ଟିଲେ ପେଟ ଖରାପର ବାହାନା ଦେଖେଇ ନ ଖାଇବା, ଅନ୍ୟମାନଙ୍କୁ ମାଛ ଝୋଳର ମାଛ ପରଷି ଦେଇ ମୁଣ୍ଡ-ଲାଞ୍ଜ ଖାଇ ଚଳାଇନେବା ଭଳି ଛୋଟ ଛୋଟ ଖର୍ଚ୍ଚକାଟ କାମରେ ଆର୍ଥିକ ସୁପରିଚାଳନାରେ ନାରୀକୁ କେହି ପାରିବେ ନାହିଁ। ଜଣେ ନାରୀ ଗୃହିଣୀ ଭାବେ ଗୋଟେ ଘର ବା ପରିବାରର ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ସମାନ। ଘରର ଏହି ତିନୋଟି ମନ୍ତ୍ରାଳୟ ନାରୀ ହାତରେ ରହିଲେ ପରିବାରର ବ୍ୟୟ ଉପରେ କର ଲାଗିଯାଏ, ଯାହାଫଳରେ ପରିବାରର ଆର୍ଥିକ ପରିଚାଳନା ସୁଚାରୁ ରୂପେ ହୋଇପାରେ। ଅର୍ଥ, ଅର୍ଥନୀତି ବା ଆର୍ଥିକ ବ୍ୟବସ୍ଥାଠାରୁ ନାରୀ ଅଲଗା ନାହିଁ କି କେହି ତାକୁ ଅଲଗା କରିପାରିବେ ନାହିଁ। ଏଥିରୁ ନାରୀ ଅଲଗା ହୋଇଗଲେ ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ିବାର ସମ୍ଭାବନା ଅଧିକ।
ସାମାଜିକ ବିଜ୍ଞାନ ଗବେଷିକା
ମୋ: ୬୩୭୦୯୦୫୯୪୭


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri