ମହିଳାଙ୍କୁ ସ୍ବାବଲମ୍ବୀ କରିଛି କତା କଣ୍ଢେଇ

ଚାରିଛକ, ୨୧ା୧୨(ଶିଶିର ସ୍ବାଇଁ)ସାଧାରଣତଃ ନଡ଼ିଆ ଖାଇସାରିଲା ପରେ ଷଢେଇ ଓ କତାକୁ ଆମେ ଅଦରକାରୀ ଭାବି ଫିଙ୍ଗିଦେଇଥାଉ। ତେବେ କେତେଜଣ ମହିଳା ସେହି ନଡ଼ିଆକତାରେ ଗଦି, ପାପୋଛୋ, ଭଳି ଅନେକ ଘର କରଣା ଜିନିଷ ତିଆରି କରି ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ନଡ଼ିଆକତାକୁ ନେଇ ପୁରୀ ଜିଲା ନିମାପଡ଼ା ବ୍ଲକ ଭୋଗସାଳଦା ପଞ୍ଚାୟତ ଅନ୍ତର୍ଗତ ନଢଣା ଗାଁର ମହିଳା ଗୋଷ୍ଠୀଙ୍କ ପାଇଁ ଆଜି ଏହି ଗ୍ରାମ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା କତା କଣ୍ଢେଇ ଗାଁର ମାନ୍ୟତା ପାଇଛି। ନିମାପଡ଼ାରୁ ଚାରିଛକକୁ ଗଲାବେଳେ ମୁଖ୍ୟରାସ୍ତା ପାର୍ଶ୍ୱରେ ପଡ଼େ ସାଇଲୋ ଛକ। ସେହି ଛକରୁ ବାମପଟକୁ ଗଲେ ଆସେ ନଢ଼ଣା। ଏହି ଗାଁରେ ପ୍ରାୟ ୧୦୦ ପରିବାର ବସବାସ କରନ୍ତି। ଗାଁ ମୁଣ୍ଡରେ ଶିବ ମନ୍ଦିର, ଭୋଗସାଳଦା ଉଚ୍ଚ ବିଦ୍ୟାଳୟ ଏବଂ କିଛି ଦୂରରେ ଗୋପୀନାଥ କତା ହସ୍ତଶିଳ୍ପ ଉତ୍ପାଦକ ଗୋଷ୍ଠୀ ରହିଛି। ଏହି କେନ୍ଦ୍ର ସଭାନେତ୍ରୀ ରୋଜାଲିନ ନାୟକ ଓ ସମ୍ପାଦିକା ଡଲି ଭୋଇଙ୍କ ନେତୃତ୍ୱରେ ଚାଲିଆସୁଛି। ଏଠାରେ ୭ ବର୍ଷ ହେବ କତାରେ ଆକର୍ଷଣୀୟ କଳାକୃତି ନିର୍ମାଣ କରି ପ୍ରଶଂସା ଓ ପରିଚିତ ହାସଲ କରିଥିବା କୁଶଳୀ କାରିଗର ଅଛନ୍ତି। ସେ ହେଲେ ନିମାପଡ଼ା ବ୍ଲକ ଅନ୍ତର୍ଗତ ଗୋପୀନାଥ ପାଟଣା ଗ୍ରାମର ଅମୀୟ ପୋଦାର। ୨୦୦୯ ମସିହାରୁ ସେ ନିଜସ୍ବ ଜ୍ଞାନକୌଶଳରେ କତାଶିଳ୍ପ ଆରମ୍ଭ କରିଥିଲେ। ୨୦୧୨ମସିହାରେ ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ସହାୟତାରେ ସେ ବିଭିନ୍ନ ଜିଲାରେ ପ୍ରଶିକ୍ଷଣ ଦେଇ ନୂଆ କାରିଗର ସୃଷ୍ଟି କରିଥିଲେ। ୨୦୧୫ ମସିହାରେ ସେ ନିଜ ବ୍ଲକର ବିଭିନ୍ନ ଅଞ୍ଚଳରେ ଗରିବ ରୋଜାଗାରହୀନ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରାଇପାରିଛନ୍ତି। ନଢ଼ଣା ଗାଁରେ ପାଞ୍ଚବର୍ଷ ହେବ ପ୍ରାୟ ୬୦ ଜଣ ମହିଳାଙ୍କୁ ନେଇ ସେ ଏକ ଛୋଟ ଘରେ ପ୍ରଶିକ୍ଷଣ ଦେଉଥିଲେ। ମହିଳାମାନେ ପ୍ରଣିକ୍ଷଣ ପାଇବା ପରେ ରଙ୍ଗବେରଙ୍ଗର କତା କଣ୍ଢେଇ, ଚଢ଼େଇ ବସା, ଫୁଲତୋଡ଼ା, ଘର, ବିଭିନ୍ନ ପ୍ରକାର ଗଛ ଆଦି ତିଆରି କରି ବଜାରକୁ ବିକ୍ରି କରିବା ପାଇଁ ପଠାଉଛନ୍ତି। ଆମ ଦେଶରେ କତା କଣ୍ଢେଇର ଆଦର ରହିଛି। ଏହାକୁ ବିଦେଶକୁ ମଧ୍ୟ ରପ୍ତାନି କରାଯାଉଛି। ଏହି ସୁନ୍ଦର କଣ୍ଢେଇ ସବୁ ଆମାଜନ, ଫ୍ଲିପକାର୍ଟ ଭଳି ଅନଲାଇନ ସଂସ୍ଥା ମାଧ୍ୟମରେ ମଧ୍ୟ ବିକ୍ରି କରାଯାଉଛି। ଏବେ ଓଡ଼ିଶାରେ ନଢଣା ଗାଁ ଏକ ଉଦାହରଣ ପାଲଟିଛି। ଏହି ଗାଁର ମହିଳାମାନେ ସ୍ବାବଲମ୍ବୀ ହେବା ସହିତ ନିଜ ପରିବାର ପାଇଁ କିଛି କରିପାରୁଥିବାରୁ ବହୁତ୍ ଖୁସି ଅଛନ୍ତି। ସରକାରଙ୍କ ତରଫରୁ ଏମାନଙ୍କୁ ଯଦି ଅଧିକ ପ୍ରୋତ୍ସାହନ ଓ ସୁବିଧା ସୁଯୋଗ ଯୋଗାଇ ଦିଆଯାଏ ତେବେ ଏମାନେ ଆଗକୁ ଯାଇପାରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଆମ ପୋଲିସ-ଆମ ସାଥୀ ଅଭିଯାନ: ସାଇବର ସୁରକ୍ଷା ନେଇ ସଚେତନତା

ରାଇକିଆ,୧୩।୮: କନ୍ଧମାଳ ଜିଲା ପୋଲିସର ‘ଆମ ପୋଲିସ-ଆମ ସାଥୀ’ ଅଭିଯାନ ପକ୍ଷରୁ ରାଇକିଆ ବ୍ଲକ ସୁଗଡ଼ାବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଥାନା ଅଧିକାରୀ…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri