ମହିଳା ସଶକ୍ତୀକରଣ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର: ନବୀନ

ଭୁବନେଶ୍ୱର,୨୩।୭(ଅନିଲ ଦାସ): ମହିଳା ସଶକ୍ତୀକରଣ ଆମ ପାଇଁ ଏକ ସ୍ଲୋଗାନ ନୁହେଁ, ଏହା ଆମ ପ୍ରଗତିର ମନ୍ତ୍ର । ମୁଁ ସବୁବେଳେ କହି ଆସିଛି ଆଉ ମୋର ଦୃଢ଼ ବିଶ୍ବାସ ଯେ ମା’ମାନଙ୍କ ସଶକ୍ତୀକରଣ ବିନା କୌଣସି ସମାଜ, ରାଜ୍ୟ ବା ଦେଶ କେବେ ଆଗକୁ ଯାଇପାରିବ ନାହିଁ। ଶନିବାର ଶଙ୍ଖଭବନଠାରେ ଅନୁଷ୍ଠିତ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଭିଡିଓ କନ୍‌ଫରେନ୍ସରେ ଯୋଗଦେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ମହିଳା କର୍ମୀମାନଙ୍କୁ ସ୍ବାଗତ ଜଣାଇ ସଭାପତି କହିଛନ୍ତି ଯେ ଖୁସିର କଥା, ଆଜି ଆମ ଓଡ଼ିଶାର ମା’ମାନେ ସଶକ୍ତ ହୋଇଛନ୍ତି। ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ଦୃଶ୍ୟମାନ ହୋଇଛି। ସେମାନେ ଏବେ ଓଡ଼ିଶାର ବିକାଶରେ ସମାନ ଅଂଶୀଦାର ଓ ଭାଗୀଦାର । ମା’ମାନେ ଏବେ ଗାଁ ଗାଁରେ ନେତୃତ୍ୱ ନେଉଛନ୍ତି। ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି। ମିଶନ ଶକ୍ତି ଆଜି ମା’ମାନଙ୍କର ଶକ୍ତିକେନ୍ଦ୍ର ହୋଇପାରିଛି। ଧାନ ସଂଗ୍ରହ ହେଉ ବା ସହରରେ ଆହାର କେନ୍ଦ୍ର ପରିଚାଳନା, ବିଦ୍ୟୁତ୍‌ ମିଟର ରିଡିଂ, ଜଳ ସାଥୀ ଆଦି ସବୁ ଦାୟିତ୍ୱ ମା’ମାନେ ବହୁତ ଭଲ ଭାବରେ ବୁଝୁଛନ୍ତି। ମିଶନ ଶକ୍ତି କାଫେ ଏବେ ସାରା ରାଜ୍ୟରେ ପୁଷ୍ଟିର ବାର୍ତ୍ତା ଦେଉଛି। ସବୁ ଭଲ କାମରେ ସେମାନେ ଆଗରେ ରହିଛନ୍ତି। ଗତ ବର୍ଷ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀକୁ ୧୧ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି। ୨୫୦ କୋଟିରୁ ଅଧିକ ଟଙ୍କାର ସୁଧ ଫେରସ୍ତ କରାଯାଇଛି। ଏବେ ମା’ମାନଙ୍କ ଯାତାୟାତ ସୁବିଧା ପାଇଁ ସ୍କୁଟର ଯୋଜନା ଆରମ୍ଭ କରିବାକୁ ଯାଉଛୁ। ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ । ମା’ମାନଙ୍କ ଯିବା ଆସିବା ବିକାଶରେ ଆହୁରି ଶକ୍ତି ଆଣିବ।
ମିଶନ ଶକ୍ତିକୁ ଏବେ ଆମେ ପରବର୍ତ୍ତୀ ସ୍ତରକୁ ନେବା ପାଇଁ କାମ ଆରମ୍ଭ କରିଛୁ। ମା’ମାନଙ୍କୁ ଉଦ୍ୟୋଗୀ କରିବା ପାଇଁ କାମ ଆରମ୍ଭ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନାରୀ ଅଧିକାର। ଯଦିଓ ମହିଳାମାନେ ତୃଣମୂଳ ସ୍ତରରେ ସଶକ୍ତ ହୋଇଛନ୍ତି ସେମାନେ ରାଜ୍ୟ କିମ୍ବା ଜାତୀୟସ୍ତରରେ ସେତେଟା ଦୃଶ୍ୟମାନ ହେଉନାହାନ୍ତି। ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିବାକୁ ଆମେ ସର୍ବଦା ସ୍ବର ଉତ୍ତୋଳନ କରି ଆସିଛୁ। ବିଜୁ ଜନତା ଦଳ ମହିଳାଙ୍କ ଅଧିକାର ପାଇଁ ଗାଁରୁ ପାର୍ଲାମେଣ୍ଟ ଯାଏ ସର୍ବଦା ଉତ୍‌ଥାପନ କରିବ ବୋଲି ନବୀନ କହିଛନ୍ତି। ଏଥିସହିତ ବିକାଶର ବାର୍ତ୍ତା ସହ ଲୋକଙ୍କର ସଶକ୍ତୀକରଣ ବିଷୟକୁ ଗ୍ରାମ ଓ ସହରର ପ୍ରତ୍ୟେକ ଘରେ ପହଞ୍ଚାଇବାକୁ ବିଜେଡି ସଭାପତି ମହିଳା କର୍ମକର୍ତ୍ତାକୁ ଆହ୍ବାନ କରିଛନ୍ତି।
ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କାର୍ଯ୍ୟକାରିଣୀରେ ଅଧ୍ୟକ୍ଷତା କରି କହିଛନ୍ତି, ବିଜେଡି ତୃଣମୂଳ ସ୍ତରରେ ଆହୁରି ମଜଭୁତ ହେବ । ବୈଠକରେ ରାଜନୈତିକ ପ୍ରସ୍ତାବ ଆଗତ ହୋଇଛି। ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନା ନେଇ ଲୋକଙ୍କ ପାଖରେ ପହଞ୍ଚିବୁ । ୫-ଟି ରୂପାନ୍ତରରେ ଶିକ୍ଷାର ବିକାଶ ଘଟିଛି । ବିଏସ୍‌କଓ୍ବୋଇ ଏକ ଯୁଗାନ୍ତକାରୀ ଯୋଜନା। ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷରୁ ଅଧିକ ମହିଳା ସଶକ୍ତ ହୋଇଛନ୍ତି । ସଂଗଠନକୁ ସୁଦୃଢ଼ କରିବାକୁ ଓ୍ବାର୍ଡ କମିଟି, ପଞ୍ଚାୟତ କମିଟି, ବ୍ଲକ କମିଟି କରାଯିବ ବୋଲି ସ୍ନେହାଙ୍ଗିନୀ କହିଛନ୍ତି। ଏହି କାର୍ଯ୍ୟକାରିଣୀରେ ମନ୍ତ୍ରୀ, ଦଳର ଏମ୍‌ପି, ବିଧାୟିକା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri