Categories: ଜାତୀୟ

ସନ୍ଧ୍ୟା ୭ଟା ପରେ, ସକାଳ ୬ଟା ପୂର୍ବରୁ ଡ୍ୟୁଟି କରିବାକୁ ବାଧ୍ୟ ନୁହେଁ ମହିଳା କାର୍ମଚାରୀ

ଲକ୍ଷ୍ନୌ,୨୮ ।୫: ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାରକୁ ନେଇ ଉତ୍ତର ପ୍ରଦେଶ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଏଣିକି ମହିଳା କର୍ମଚାରୀଙ୍କୁ ସନ୍ଧ୍ୟ୍ୟା ୭ଟା ପରେ ଓ ସକାଳ ୬ଟା ପୂର୍ବରୁ କାମ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ତେବେ ମହିଳାଙ୍କଠାରୁ ଲିଖିତ ସହମତି ମିଳିଲେ ଯାଇ ମହିଳା କର୍ମଚାରୀମାନେ ସନ୍ଧ୍ୟା ୭ଟା ପରେ ଓ ସକାଳ ୬ଟା ପୂର୍ବରୁ ଡ୍ୟୁଟି କରିପାରିବେ । ତେବେ ଏହି ସମୟ ମଧ୍ୟରେ ଯଦି କେହି ମହିଳା ଡ୍ୟୁଟି କରିବାକୁ ରାଜି ନ ହୁଅନ୍ତି ତେବେ ତାଙ୍କୁ କାମରୁ ବାହାର କରି ଦିଆଯାଇ ପାରିବ ନାହିଁ । ରାଜ୍ୟ ସରକାର ରାଜ୍ୟରେ ସମସ୍ତ କାରଖାନାରେ ମହିଳା କର୍ମଚାରୀଙ୍କ ନିୟୋଜନ ସମ୍ପର୍କରେ କାରଖାନା ଅଧିନିୟମ, ୧୯୪୮ର ଧାରା ୬୬ର ଉପଧାରା(୧)ର ଖଣ୍ଡ(ଖ)ରେ ନିହିତ ଶକ୍ତିର ପ୍ରାୟୋଗ କରି ଏହି ସୁବିଧା ପ୍ରଦାନ କରାଯାଇଛି ।
ମୁଖ୍ୟ ସଚିବ ଶ୍ରମ ସୁରେଶ ଚନ୍ଦ୍ର କହିଛନ୍ତି ଅଧିସୂଚନା ଅନୁଯାୟୀ, ଏବେ ଏହି ସର୍ତ୍ତ ସହ ମହିଳା କର୍ମଚାରୀଙ୍କୁ ନିଯୁକ୍ତ କରାଯିବ । ଲିଖିତ ସହମତି ଦେବା ପରେ ଯାଇ ଜଣେ ମହିଳା ସନ୍ଧ୍ୟା ୭ଟା ପରେ ଓ ସକାଳ ୬ଟା ପୂର୍ବରୁ କାମ କରିପାରିବେ । ଏହାସହ କାର୍ଯ୍ୟରତ ମହିଳାଙ୍କୁ କାରଖାନାର ନିୟୋଜକଙ୍କ ଦ୍ୱାରା ମହିଳା କର୍ମଚାରୀଙ୍କ ବାସସ୍ଥାନ ପର୍ଯ୍ୟନ୍ତ ଯିବା ଆସିବ ନିଃଶୁଳ୍କ ଉପଲବ୍ଧ କରାଇବ ।

Share