ଘରେ ପଇସା ରଖନ୍ତି ନାହିଁ ମହିଳା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ…

ଭବାନୀପାଟଣା,୨୮।୪ (ଉତ୍ତମ କୁମାର ଦାଶ): ପୁରାତନ କାଳରେ ଯେତେବେଳେ ଟଙ୍କାର ପ୍ରଚଳନ ନ ଥିଲା ସେତେବେଳେ ମଣିଷ ନିଜର ଦୈନନ୍ଦିନ ଜୀବନର ଚାହିଦା ମେଣ୍ଟାଇବା ପାଇଁ ଦ୍ରବ୍ୟର ଆଦାନ ପ୍ରଦାନ ମାଧ୍ୟମରେ ବିପଣନ କରୁଥିଲା। ଏହି କ୍ରମରେ ନିଜ ପାଖରେ ଥିବା ଦ୍ରବ୍ୟକୁ ଦେଇ ପ୍ରତିବଦଳରେ ଆବଶ୍ୟକ ଜିନିଷ ଅନ୍ୟଠୁ କ୍ରୟ କରୁଥିଲା। ସମୟର ପରିବର୍ତ୍ତନ ସହିତ ଟଙ୍କାର ପ୍ରଚଳନ ହେଲା ଓ ମଣିଷ ସହଜରେ ନିଜ ଦରକାରୀ ଜିନିଷ କ୍ରୟ କରିପାରିଲା। ତେବେ କଳାହାଣ୍ଡି ଜିଲାର ଆଦିବାସୀ ଅଧୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକରେ ଆଜି ବି ଏମିତି ଅନେକ ଗାଁ ଅଛି ଯେଉଁଠି ଆଦିବାସୀ ମହିଳାମାନେ ନଗଦ ଟଙ୍କାର ପ୍ରଚଳନକୁ ନିରୁତ୍ସାହିତ କରନ୍ତି। ଯାହାକି ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ପ୍ରାୟତଃ ଏଠାରେ ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରନ୍ତି। ଆଉ ସେମାନେ ଜଙ୍ଗଲ ପାହାଡିଆ ଅଞ୍ଚଳରେ କାନ୍ଦୁଳ, ହରଡ, ମୁଗ, ବିରି, କୋଳଥ, ମାଣ୍ଡିଆ ଭଳି ଡାଲି ଜାତୀୟ ଶସ୍ୟ ଚାଷ କରିଥାନ୍ତି। ଆଉ ଏହି ସବୁ ଚାଷରେ ମହିଳାମାନେ ପ୍ରମୂଖ ଭୂମିକା ଗ୍ରହଣ କରୁଥିବାବେଳେ ତାକୁ ବିକ୍ରି କରି ସେମାନେ ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ଆଉ ଏହାକୁ ବିକ୍ରି କରୁଥିବାବେଳେ ଦେଖିବାକୁ ମିଳିଥାଏ ରୋଚକ ଦୃଶ୍ୟ। ଯଦି କୌଣସି ବ୍ୟକ୍ତି କାନ୍ଦୁଲ ଡାଲି କିମ୍ବା ହରଡ କିଣିବାକୁ ଆସିଥାଏ ତାହେଲେ ତାକୁ ଟଙ୍କା ପ୍ରତିବଦଳରେ ଚାଉଳ ଦେବାକୁ ପଡିଥାଏ। ଗୋଟିଏ ମାଣ କାନ୍ଦୁଳ ନେବାକୁ ହେଲେ ଗ୍ରାହକ ଜଣଙ୍କୁ ତିନି ମାଣ ଚାଉଳ ଦେବାକୁ ପଡିଥାଏ। ଆଉ ଜଣେ ଯଦି ଗୋଟିଏ ବସ୍ତା କାନ୍ଦୁଳ ଡାଲି ନେବାକୁ ଇଚ୍ଛା ପ୍ରକାଶ କରେ ତାହେଲେ ତାକୁ ତିନି ବସ୍ତା ଚାଉଳ ଦେବାକୁ ପଡିଥାଏ। ଆଉ ଗ୍ରାହକ ଯଦି ଟଙ୍କା ନେଇ ଆସେ ତାହେଲେ ତାକୁ ଖାଲି ହାତରେ ଫେରିଯିବାକୁ ପଡିଥାଏ। ଆଉ ତାର ମୁଖ୍ୟ କାରଣ ହେଲା ଆଦିବାସୀ ମହିଳାମାନେ ଘରେ ନଗଦ ଟଙ୍କା ରଖିବାକୁ ନିରାପଦ ମଣି ନ ଥାନ୍ତି । ସେମାନଙ୍କ ଯୁକ୍ତି ହେଲା ଯେ ଯଦି ଘରେ ନଗଦ ଟଙ୍କା ଗଚ୍ଛିତ ରହେ,ତେବେ ଘରର ପୁରୁଷ ମାନେ ଉକ୍ତ ଟଙ୍କାର ଅପବ୍ୟବହାର କରି ବଦଖର୍ଚ୍ଚ କରିବେ। ଅନେକ ଦିନରୁ ଆଦିବାସୀ ମହିଳାମାନଙ୍କ ଏହି ଆଶଙ୍କା ଯୋଗୁ ଗାଁ ଲୋକେ ଘରେ ପଇସା ରଖନ୍ତି ନାହିଁ। ଚାଉଳ ଏବଂ ଅନ୍ୟାନ୍ୟ ଜିନିଷ ପ୍ରତିବଦଳରେ ଘରର ଆବଶ୍ୟକତା ମେଣ୍ଟାଇ ଥାନ୍ତି। ଏଠାକାର ଆଦିବାସୀ ମହିଳାମାନେ କାହିଁ କେଉଁ କାଳରୁ ଏହି ପ୍ରଥା ଚଳାଇ ଆସୁଥିବା ବେଳେ ଏହା ଦ୍ବାରା ଯେ କେବଳ ତାଙ୍କ ଅର୍ଥର ଅପବ୍ୟବହାର କମିଥାଏ ତାହା ନୁହେିଁ, ବରଂ ଘରର ପୁରୁଷ ମାନେ ମଧ୍ୟ ଅପବ୍ୟବହାର ବଦ ଖର୍ଚ୍ଚରୁ ବଞ୍ଚିତ ହୁଅନ୍ତି ବୋଲି ମତ ରଖନ୍ତି ସ୍ଥାନୀୟ ବାସିନ୍ଦା। ଦୀର୍ଘ ବର୍ଷରୁ ଏହି ଭଳି ପ୍ରଥା ଚାଲି ଆସୁଥିବା ବେଳେ ବିଶେଷ କରି ମହିଳାଙ୍କ ଏହିଭଳି ଉଦ୍ୟମ ପରିବାରର ପୁରୁଷ ମାନଙ୍କୁ ଠିକ ରାସ୍ତାକୁ ଆଣିବା ପାଇଁ ଏହା ଏକ ପ୍ରୟାସ ବୋଲି ମତ ରଖନ୍ତି ସ୍ଥାନୀୟ ମହିଳା ଅଗ୍ନୀ ମାଝୀ, ହେରାବତୀ ମାଝୀ। ଅନ୍ୟପକ୍ଷରେ, ଘରେ ଆଦିବାସୀ ମହିଳା ଟଙ୍କା ରଖୁ ନ ଥିବା ବେଳେ ସେମାନେ ମଧ୍ୟ ବଜାରରୁ କୌଣସି ସାମଗ୍ରୀ କିଣିବାକୁ ଗଲେ ଘରେ ରଖୁଥିବା ଚାଉଳ ବିନିମୟରେ ସାମଗ୍ରୀ କିଣୁ ଥିବାର ମଧ୍ୟ ନଜରକୁ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri