ମହିଳାଙ୍କୁ ପସନ୍ଦ ନୁହଁ ପୁରୁଷଙ୍କ ଏହି ୩ ଗୁଣ

ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ଲାଗିବା ସାଧାରଣ କଥା। ବେଳେବେଳେ ସାମାନ୍ୟ କଥାକୁ ନେଇ ତୁମୁଳ କାଣ୍ଡ ବି ଘଟିଥାଏ। କାରଣ ମହିଳାଙ୍କୁ ପୁରୁଷମାନଙ୍କର କିଛି ଗୁଣ ଅଛି ଯାହା ଭଲ ଲାଗି ନ ଥାଏ, ଯେଉଁଥିପାଇଁ ଝଗଡ଼ା ସୃଷ୍ଟି ହୋଇଥାଏ। ସେଥିମଧ୍ୟରୁ ୩ଟି ମୁଖ୍ୟ କାରଣ ରହିଛି। ସେଗୁଡ଼ିକ ହେଲା…

ଘରର ଦାୟିତ୍ୱ ନ ସମ୍ଭାଳିବା:

ସାଧାରଣତଃ ମହିଳାମାନେ ଘର ସଫାସୁତରା ରଖିବାକୁ ପସନ୍ଦ କରିଥାନ୍ତି। କିନ୍ତୁ କିଛି ପୁରୁଷ ଏ କ୍ଷେତ୍ରରେ ଟିକେ ଓଲଟା। ଏତେତେଣେ ଜିନିଷଗୁଡ଼ିକ ଫିଙ୍ଗି ଥାନ୍ତି। ଯାହା ମହିଳାଙ୍କୁ ପସନ୍ଦ ଆସି ନ ଥାଏ। ଏମିତି ଦେଖି ସେମାନେ ସ୍ବାମୀଙ୍କ ଉପରେ ଚିଡ଼ିଥାନ୍ତି। ଯାହା ଝଗଡ଼ାର କାରଣ ହୋଇଥାଏ।

ପିଲାମାନଙ୍କୁ ସମ୍ଭାଳି ନ ପାରିବା:

ପିଲାମାନଙ୍କୁ କିପରି ଲାଳନପାଳନ କରାଯାଏ ଜଣେ ମା’ ହିଁ ବେଶ୍‌ ଭଲ ଭାବେ ଜାଣିଥାଏ। ମାତ୍ର କିଛି ପୁରୁଷ ଏ ଦିଗରେ ଆଦୌ ଗୁରୁତ୍ୱ ଦେଇ ନ ଥାନ୍ତି। ସେମାନେ ଭାବିଥାନ୍ତି ଏହା ମହିଳାମାନଙ୍କ କାମ। ତେଣୁ ପିଲାମାନଙ୍କର ଠିକ୍‌ରେ ଯତ୍ନ ନେଇପାରନ୍ତିନି। ଏହା ଦେଖି ମହିଳାମାନେ ସ୍ବାମୀଙ୍କ ଉପରେ ପ୍ରଚଣ୍ଡ ରାଗି ଯାଇଥାନ୍ତି। ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ଝଗଡ଼ାର କାରଣ ହୋଇଥାଏ।

ଇସାରା ବୁଝି ନ ପାରିବା:

ସବୁ ସ୍ତ୍ରୀ ଚାହିଁଥାନ୍ତି ସ୍ବାମୀଙ୍କୁ କିଛି କହିବା ପୂର୍ବରୁ ସେ ତାଙ୍କ କଥା ବୁଝିପାରନ୍ତୁ। ମାତ୍ର କିଛି ପୁରୁଷ କହିଥାନ୍ତି ତାଙ୍କର ଯାହା ଆବଶ୍ୟକ ସେ ମୁହଁ ଖୋଲି କୁହନ୍ତୁ। ସର୍ବସାଧାରଣରେ ମହିଳାମାନେ ଚାହିଁଥାନ୍ତି ତାଙ୍କ ସ୍ବାମୀ ତାଙ୍କ ଇସାରା ବୁଝନ୍ତୁ। ମାତ୍ର ପୁରୁଷମାନେ ଏହାକୁ ଅଣଦେଖା କରିଥାନ୍ତି। ଏହି କଥା ମହିଳାମାନଙ୍କୁ ଭଲ ଲାଗେ ନାହିଁ। ଫଳରେ ସେମାନେ ରାଗିଯାନ୍ତି। ଯାହା ଝଗଡ଼ାର କାରଣ ପାଲଟିଥାଏ।

ତେବେ ଏହିସବୁ ଛୋଟମୋଟ କଥା ପ୍ରତି ଗୁରୁତ୍ୱ ଦେବା ଜରୁରୀ। ପରସ୍ପରକୁ ବୁଝି ପାରିଲେ ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ମଧୁମୟ ହୋଇଉଠିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri