Categories: ଫୁରସତ

ଦୀର୍ଘବର୍ଷ ଧରି ଗର୍ଭବତୀ ହୋଇପାରୁ ନ ଥିଲେ ମହିଳା, ଯାଞ୍ଚ ସମୟରେ ଯାହା ଜଣାପଡ଼ିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଚାଇନାର ଜଣେ ୩୦ ବର୍ଷୀୟା ମହିଳା ଦୀର୍ଘବର୍ଷ ଧରି ଗର୍ଭବତୀ ହୋଇପାରୁ ନ ଥିଲେ। ଏଥିପାଇଁ ସେ ଡାକ୍ତରଙ୍କ ନିକଟକୁ ପରୀକ୍ଷା କରାଇବାକୁ ଯାଇଥିଲେ। ଯାଞ୍ଚ ସମୟରେ ଯାହା ଜଣାପଡ଼ିଲା ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ। ଡାକ୍ତର କହିଛନ୍ତି, ସେ ଜନ୍ମରୁ ପୁରୁଷ। ଏହା ଜଣେ ମଧ୍ୟଲିଙ୍ଗୀ(intersex)। କାରଣ ତାଙ୍କ ଶରୀର ବାହାରେ ପ୍ରଜନନ ଅଙ୍ଗ। ତାଙ୍କର ଏକ୍ସ-ରେ କରିବାରୁ ଏହା ଜଣାପଡ଼ିଲା। ତାଙ୍କ ଶରୀର ଜନ୍ମରୁ ପୁରୁଷ। ମହିଳାଙ୍କ ପ୍ରଜନନ ଅଙ୍ଗ କିଶୋରାବସ୍ଥାରୁ ଆଉ ବିକଶିତ ହୋଇପାରିନାହିଁ। ଶରୀର ଭିତର ପୁରୁଷଙ୍କ ପରି। ଏତେ ବର୍ଷ ଧରି ତାଙ୍କର ଋତୁସ୍ରାବ କାହିଁକି ହେଉନାହିଁ ମହିଳା ଚିନ୍ତାରେ ଥିଲେ। ସେ ତାଙ୍କ ସ୍ବାମୀଙ୍କୁ କହିଲେ ସେ କାହିଁକି ମା’ ହୋଇପାରୁନାହାନ୍ତି। ସ୍ବାମୀ ତାଙ୍କୁ ଡାକ୍ତରଙ୍କ ନିକଟକୁ ନେବାରୁ ଏ ସମ୍ପର୍କରେ ଜଣାପଡ଼ିଥିଲା।

ଡାକ୍ତର ମହିଳାଙ୍କୁ କହିଛନ୍ତି, ଯଦି ମହିଳା ନିଜର ଲିଙ୍ଗ ପରିବର୍ତ୍ତନ କରିବେ ତେବେ ଏହା ସମ୍ଭବ ହୋଇପାରିବ। ପୁରୁଷ ହେବାକୁ ଚାହୁଁଥିଲେ ଏହା ମଧ୍ୟ ସମ୍ଭବ ହୋଇପାରିବ। ଏ ନେଇ ମହିଳା ଜଣକ କୌଣସି ସହମତି ପ୍ରକାଶ କରିନାହାନ୍ତି।

Share