Categories: ଜାତୀୟ

ଇତିହାସ ରଚିବେ କୋବ୍ରା ବାଟାଲିୟନର ମହିଳା କମାଣ୍ଡୋ

ନୂଆଦିଲ୍ଲୀ,୬।୨: ଦେଶର ସର୍ବବୃହତ କେନ୍ଦ୍ରୀୟ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ମହିଳା କମାଣ୍ଡୋ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଦୀର୍ଘଦିନର କଠିନ ପ୍ରଶିକ୍ଷଣ ପରେ କୋବ୍ରା ବାଟାଲିୟନ୍‌ରେ ପ୍ରଥମ ଥର ପାଇଁ ସିଆର୍‌ପିଏଫ୍‌ ମହିଳା କମାଣ୍ଡୋଙ୍କୁ ନିୟୋଜିତ କରାଯିବ। ସେମାନେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଯୁକ୍ତ ହେବେ। ଫେବୃୟାରୀ ୬ରେ ମହିଳା କମାଣ୍ଡୋମାନଙ୍କର ପ୍ରଥମ ୟୁନିଟ୍‌କୁ କୋବ୍ରା ବାଟାଲିୟନରେ ସାମିଲ କରାଯିବ।

୧୯୮୬ ଫେବୃୟାରୀ ୬ରେ ମହିଳା ବାଟାଲିୟନର ଗଠନ ହୋଇଥିଲା। ଏହି ଦିନଟି ଖାସ୍‌ ଥିବାରୁ ୩୦ରୁ ଅଧିକ ମହିଳା କମାଣ୍ଡୋମାନଙ୍କୁ ନିଯୁକ୍ତି ଦିଆଯିବା ନେଇ ସ୍ଥିର କରାଯାଇଛି। ଏହାଛଡ଼ା ଅଲ୍‌ ଓମ୍ୟାନ୍‌ ବ୍ରାସ୍‌ ବ୍ରାଣ୍ଡ ମଧ୍ୟ ଗଠନ କରାଯିବ।

Share