Categories: ଖେଳ

ସ୍ତ୍ରୀଙ୍କ ଚମତ୍କାର ଶତକ ଦେଖି ଝୁମିଉଠିଲେ ଏହି ପ୍ରସିଦ୍ଧ ଖେଳାଳି

ବିଗ୍‌ ବାସ୍‌ ଲିଗ୍‌ରେ ରବିବାର ଏଲିସା ହିଲିଙ୍କ ଚମତ୍କାର ଶତକୀୟ ଇନିଂସ ଯୋଗୁ ସିଡନୀ ସିକ୍ସର୍ସ ମେଲବୋର୍ଣ୍ଣକୁ ୫ ଉଇକେଟ୍‌ରେ ବିଜୟ ହାସ କରିଛି। ଏହି ମ୍ୟାଚ ବର୍ଷା ପ୍ରଭାବିତ ହୋଇଥିଲା ଏବଂ ମେଲବୋର୍ଣ୍ଣ ୧୯ ଓଭରରେ ୧୭୯ ରନ ସଂଗ୍ରହ କରିଥିଲା। ନିୟମ ଅନୁଯାୟୀ, ଜିତିବା ପାଇଁ ସିଡନୀ ଆଗରେ ୧୮୪ ରନ ଲକ୍ଷ୍ୟ ଥିଲା। ସିଡନୀ ୧୮.୪ ଓଭରରେ ବିଜୟ ହାସଲ କରିଥିଲା। ହିଲି ୫୨ ବଲରୁ ୧୫ଚୌକା ଏବଂକା ଓ ୬ ଛକା ସହ ୧୧୧ରନ କରିଥିଲେ। ସେ ୪୮ଟି ବଲରୁ ଶତକ ପୂରଣ କରିଥିଲେ। ସେ ଶତକ ପୂରଣ କରିବା ପରେ ସେଠାରେ ଉପସ୍ଥିତ ଥିବା ପ୍ରଶଂସକ ଏବଂ ସାଥୀମାନେ ତାଙ୍କୁ କରତାଳି ଦେଇ ଉତ୍ସାହିତ କରିଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଆନନ୍ଦରେ ଡେଇଁପଡିଥିଲେ। ତାଙ୍କ ସ୍ତ୍ରୀଙ୍କ ମ୍ୟାଚ ଦେଖିବା ପାଇଁ ଷ୍ଟାର୍କ ଷ୍ଟାଡିୟମରେ ଉପସ୍ଥିତ ଥିଲେ ଏବଂ ସେ ହିଲିଙ୍କୁ କରତାଳି ଦେଇ ଚିୟର କରିଥିଲେ। ହିଲି ଏବଂ ଷ୍ଟାର୍କଙ୍କ ପ୍ରେମ କାହାଣୀ ବେଶ୍‌ ରୋଚକ। ପ୍ରାୟ ୯ ବର୍ଷ ପରସ୍ପରକୁ ଡେଟ କରିବା ପରେ ଏପ୍ରିଲ ୨୦୧୬ରେ ଦୁହେଁ ବିବାହ କରିଥିଲେ। ମହିଳା ବିଗ ବାସ୍‌ ଲିଗରେ ଏହା ହିଲିଙ୍କ ୪ର୍ଥ ଶତକ ଥିଲା। ୧୧୧ ରନ ମାରିବା ପରେ ସେ ଟେସ ଫ୍ଲିଣ୍ଟଫଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।

Share