Categories: ଜାତୀୟ

ଦେଶରେ ପ୍ରଥମଥର: ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପାଇଁ ଆବେଦନ କଲେ ୧.୭୭ ଲକ୍ଷ ମହିଳା

ନୂଆଦିଲ୍ଲୀ,୧୪ ।୧୨: ଦେଶର ସଶସ୍ତ୍ର ସେନାରେ ସୈନ୍ୟ ଅଫିସର ର‌୍ୟାଙ୍କର ମନୋନୟନ ପାଇଁ ହେଉଥିବା ଏନ୍‌ଡିଏ ପରୀକ୍ଷା ପାଇଁ ୧.୭୭ ମହିଳା ପ୍ରାର୍ଥୀ ଆବେଦନ କରିଛନ୍ତି । ଦେଶରେ ପ୍ରଥମଥର ଲାଗି ନ୍ୟାଶନାଲ ଡିଫେନ୍ସ ଏକାଡେମୀ ଅର୍ଥାତ୍ ଏନ୍‌ଡିଏ ପାଇଁ ମହିଳାମାନେ ଆବେଦନ କରିଛନ୍ତି । ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ଅଜୟ ଭଟ୍ଟ ସୋମବାର ସଂସଦରେ ଏହି ସୂଚନା ଦେଇଛନ୍ତି । ଭଟ୍ଟଙ୍କ ସୂଚନା ଅନୁଯାୟୀ, ଏନ୍‌ଡିଏ, ୨୦୨୧ ପାଇଁ ମୋଟ ୫,୭୫,୮୫୬ ଆବେଦନ ମିଳିଛି । ଏଥିରେ ମହିଳାଙ୍କ ସଂଖ୍ୟା ରହିଛି ୧,୭୭,୬୫୪ ।
ଏଥିରେ କୃତକାର୍ଯ୍ୟ ହେବା ପରେ ମହିଳାମାନେ ସ୍ଥଳସେନା, ବାୟୁସେନା, ନୌସେନାରେ ଯାଇପାରିବେ । ଏଥିପାଇଁ ଏନ୍‌ଡିଏ ଏକାଡେମୀର ୩ ବର୍ଷର କଠିନ ପ୍ରଶିକ୍ଷଣ ନେବାକୁ ପଡିବ । ଏହାପରେ ଗୋଟିଏ ବର୍ଷ ପାଇଁ ସେମାନଙ୍କର କାଟାଗୋରୀ ଅନୁଯାୟୀ ପୁଣିଥରେ ସ୍ଥଳସେନା, ନୌସେନା ବା ବାୟୁସେନା ଏକାଡେମୀରେ ଟ୍ରେନିଂ ନେବାକୁ ପଡିବ । ଏହାପରେ ଯାଇ ସେମାନେ ସଶସ୍ତ୍ର ସେନାରେ ସାମିଲ ହୋଇ ପାରିବେ । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମହିଳାମାନେ ପ୍ରଥମଥର ଲାଗି ଏନ୍‌ଡିଏ ପାଇଁ ଆବେଦନ କରିଛନ୍ତି ।

Share