Categories: ଜାତୀୟ

୧୮ ରୁ ୫୯ ବର୍ଷ ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୫୦୦ ଟଙ୍କା: ବାଜିଲା ମୋହର

ନୂଆଦିଲ୍ଲୀ,୭।୩:ଦିଲ୍ଲୀ ଯିବା ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଜନସାଧାରଣଙ୍କ ସ୍ବାର୍ଥ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବିଧାନସଭା ନିର୍ବାଚନ-୨୦୨୨ ସମୟରେ କଂଗ୍ରେସ ପାର୍ଟି ମହିଳାମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ହିମାଚଳ ପ୍ରଦେଶ କ୍ୟାବିନେଟ ବୈଠକରେ ୧୮ ବର୍ଷରୁ ୫୯ ବର୍ଷ ବୟସର ଯୋଗ୍ୟ ମହିଳାଙ୍କୁ ପ୍ରତି ମାସରେ ଇନ୍ଦିରା ଗାନ୍ଧୀ ପ୍ୟାରୀ ବେହନା ସୁଖ ସମ୍ମାନ ନିଧି ଭାବରେ ୧୫୦୦ ଟଙ୍କା ପ୍ରଦାନ କରାଯିବାକୁ ଅନୁମୋଦନ ଦିଆଯାଇଥିଲା। ଏହି ନିଷ୍ପତ୍ତି ସହିତ ୧୮ ବର୍ଷରୁ ଅଧିକ ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ ମାସିକ ୧,୫୦୦ ଟଙ୍କା ପେନସନ ଅଧୀନରେ ଅଣାଯାଇଛି।

Share