Categories: ଜାତୀୟ

ଗଣବଳାତ୍କାର ପରେ ମହିଳାଙ୍କ ଜିଭ କାଟିଦେଲେ

ଲକ୍ଷ୍ନୌ୍‌,୨୭।୯: ପଶ୍ଚିମ ଉତ୍ତରପ୍ରଦେଶର ହଥରାସ୍‌ରେ ଜଣେ ଅନୁସୂଚିତ ଜାତିର ମହିଳା(୨୦)ଙ୍କୁ ଗ୍ରାମର ୪ ଜଣ ଉଚ୍ଚଜାତିର ଯୁବକ ଅମାନୁଷିକ ଭାବେ ଗଣବଳାତ୍କାର କରିବା ପରେ ଜିଭ କାଟି ଦେଇଛନ୍ତି। ପୀଡ଼ିତା ଜଣକ ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପୀଡ଼ିତାଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥାନାନ୍ତର କରିବା ଲାଗି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇଥିବା ଜଣାପଡ଼ିଛି।
ପୀଡ଼ିତାଙ୍କ ପରିବାର ପକ୍ଷରୁ ପୋଲିସକୁ ଦୋଷାରୋପ କରାଯାଇଛି। ପ୍ରାରମ୍ଭରେ ପୋଲିସ କୌଣସି ସହଯୋଗ କରି ନ ଥିବାବେଳେ ପରେ ପରିସ୍ଥିତିକୁ ଦେଖି ପଦକ୍ଷେପ ନେଇଥିବା ଅଭିଯୋଗ କରାଯାଇଛି। ଘଟଣାଟି ସେପ୍ଟେମ୍ବର ୧୪ର ହୋଇଥିବାବେଳେ ଏହା ଗମ୍ଭୀର ରୂପ ଧାରଣ କରିଛି। ପୋଲିସ ତଦନ୍ତ ଖୁବ୍‌ଶୀଘ୍ର ଶେଷ ହେବ ବୋଲି ଏସ୍‌ପି କହିଛନ୍ତି। ମାମଲାର ବିଚାର ଫାଷ୍ଟ ଟ୍ରାକ୍‌ କୋର୍ଟରେ କରିବା ଲାଗି ଜିଲା ଜଜ୍‌ଙ୍କୁ ଅନୁରୋଧ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

Share