ସାବଧାନ! Pay later ହେଉଛି ହ୍ୟାକ୍‌, ଆକାଉଣ୍ଟରୁ ୯୭ହଜାର ଟଙ୍କା ହୋଇଗଲା ଗାଏବ

ନୂଆଦିଲ୍ଲୀ,୨୧।୨: ଦେଶରେ ପ୍ରତିଦିନ ନୂଆ ଉପାୟରେ ସ୍କାମ ହେଉଛି। ଆପଣ ଜାଣିଥିବେ, ସାଧାରଣତ ହ୍ୟାକରମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରି ଟଙ୍କା ନେଇଯାଇଥା’ନ୍ତି। କିନ୍ତୁ ନିକଟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଫୁଡ୍‌ ଡେଲିଭରି ଆକାଉଣ୍ଟକୁ ହ୍ୟାକ୍‌ କରାଯାଇ ୯୭ହଜାର ଟଙ୍କାର ସ୍କାମ କରାଯାଇଛି। ଏହି ମାମଲାରେ ଦୁଇଜଣ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଛି। ଆସନ୍ତୁ ଜାଣିବା ପୁରା ମାମଲା…

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ୨୬ବର୍ଷ ବୟସ୍କା ମହିଳାଙ୍କ ସ୍ବିିଗି ଆକାଉଣ୍ଟକୁ ଦୁଇଜଣ ସାଇବର ଅପରାଧି ହ୍ୟାକ କରିଥିଲେ। ହ୍ୟାକ୍‌ କରି ସେମାନେ ୯୭ହଜାର ୧୯୭ ଟଙ୍କାର ଖାଦ୍ୟ ଅର୍ଡର କରିଥିଲେ। ମହିଳାଙ୍କ ଫୁଡ୍‌ ଡେଲିଭରି ଆକାଉଣ୍ଟ ଲେଜି ପେ ଆକାଉଣ୍ଟ ସହ ସଂଯୋଗ ଥିଲା ଯାହାର ଉଭୟ ଫାଇଦା ଉଠାଇଥିଲେ।

IVR କଲ ମାଧ୍ୟମରେ ଦୁହେଁ ମହିଳାଙ୍କୁ ବିଭ୍ରାନ୍ତ କରିଥିଲେ। ମହିଳା ଭାବିଥିଲେ ଯେ, ସ୍ବିଗି ଅଫିସିଆଲରୁ ଏହି କଲ୍‌ କରାଯାଇଛି। ଫୋନ୍‌ରେ ମହିଳାଙ୍କୁ କୁହାଯାଇଥିଲା କି, କେହି ତାଙ୍କ ଆକାଉଣ୍ଟକୁ ହ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି। ଏହା ପରେ, ମହିଳା ଜଣକ ତାଙ୍କ ଆକାଉଣ୍ଟ ସହିତ ଜଡିତ କିଛି ସୂଚନା ହ୍ୟାକର୍ସଙ୍କୁ ଦେଇଥିଲେ। ଯେଉଁଥିରେ ୟୁଜରନେମ୍‌ ସହ ପାସୱାର୍ଡ ତଥା ବ୍ୟାଙ୍କ ଆକାଉଣ୍ଟ ସୂଚନା ମଧ୍ୟ ଅନ୍ତର୍ଭୁକ୍ତ ଥିଲା।
ଏହି ସୂଚନା ଆଧାରରେ ମହିଳାଙ୍କ ଆକାଉଣ୍ଟକୁ ଅନ୍ୟ ଏକ ଫୋନରେ ଲଗଇନ୍‌ କରାଯାଇଥିଲା। ହ୍ୟାକର୍ସମାନେ ଏଥିରୁ ପ୍ରାୟ ୧ଲକ୍ଷ ଟଙ୍କା ଫୁଡ୍‌ ଅର୍ଡର କରିଥିଲେ। ସ୍କାମ ବିଷୟରେ ଜଣାପଡିବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପୋଲିସର ପଚରାଉଚରା ବେଳେ ଜଣାପଡିଥିଲା କି, ଉଭୟ ଜୋମାଟୋ ଓ ସ୍ବିଗିି ପାଇଁ ଡେଲିଭରି ଏଜେଣ୍ଟ ଭାବରେ କାମ କରୁଥିଲେ। ତେବେ ଏହି ଘଟଣା ପରି ଆପଣଙ୍କ ସହ ଫ୍ରଡ ହୋଇପାରେ। କୌଣସି ମୂଲ୍ୟରେ ଆପଣଙ୍କର ବ୍ୟାଙ୍କ କିମ୍ବା ବ୍ୟକ୍ତିଗତ ସୂଚନା କାହାକୁ ଦିଅନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?