ଦନ୍ତା ଆକ୍ରମଣରେ ମହିଳାଙ୍କ ଗୋଡ଼ ଦୁଇଖଣ୍ଡ

ସାତମାଇଲ, ୨୦।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡରେ ହାତୀ-ମଣିଷ ସଂଘର୍ଷରେ ଲାଗୁନାହିଁ ଅଙ୍କୁଶ। ଶୌଚ ହେବାକୁ ଯାଇଥିବାବେଳେ ହିଂସ୍ର ଦନ୍ତା କଚାଡ଼ି ଦେବାରୁ ନୂଆବଗ ପଞ୍ଚାୟତ ସରାସିଂହ ଗ୍ରାମର ଚନ୍ଦ୍ରଶେଖର ଦେହୁରୀଙ୍କ ଝିଅ ଜାହାଜ ଦେହୁରୀ (୫୧)ଙ୍କ ଡାହାଣ ଗୋଡ଼ ଦୁଇଖଣ୍ଡ ହୋଇଯାଇଛି। ବାମଗୋଡ଼ ମଧ୍ୟ ଭାଙ୍ଗିଯାଇଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଞ୍ଚଳରେ ହାତୀ ଆତଙ୍କ ଥମୁନାହିଁ। ବାରମ୍ବାର ଏଭଳି ଘଟଣା ଘଟୁଛି। ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।
ଜାହାଜ ଦୀର୍ଘଦିନ ହେଲା ତାଙ୍କ ବାପଘରେ ରହୁଛନ୍ତି। ଶନିବାର ସକାଳେ ସେ ଘର ନିକଟ ପଡ଼ିଆକୁ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଉକ୍ତ ଦନ୍ତାହାତୀଟି ତାଙ୍କୁ ଦଳିଦେବା ସହ ଶୁଣ୍ଢରେ ଟେକିନେଇ ଫିଙ୍ଗି ଦେଇଥିଲା। ସ୍ଥାନୀୟ ବାସିନ୍ଦା ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଉଦ୍‌ବେଗଜନକ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତା ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ଗ୍ରାମବାସୀ ହିନ୍ଦୋଳ-ଗୁଡିଆକାଟେଣୀର ପାଞ୍ଚମାଇଲ ରାସ୍ତା ଅବରୋଧ କରିଥିଲେ। ଗ୍ରାମବାସୀଙ୍କ କହିବା କଥା, ହିନ୍ଦୋଳ ବନାଞ୍ଚଳରେ ବହୁ ସଂଖ୍ୟାରେ ହାତୀ ଚଳପ୍ରଚଳ କରୁଛନ୍ତି। ସେମାନଙ୍କ ଉପଦ୍ରବରେ ବ୍ୟାପକ ଧନଜୀବନ ହାନି ହେବାରେ ଲାଗିଛି। ଚାଷ କ୍ଷତିଗ୍ରସ୍ତ ହେଉଛି। ଏ ଦିଗରେ ବନ ବିଭାଗ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ଏହାର ପ୍ରତିକାର ନ ହେଲେ ଜୋର୍‌ଦାର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ ତହସିଲଦାର ସୁଶାନ୍ତ ମିଶ୍ର, ଥାନାଧିକାରିଣୀ ଚାରୁଲତା ବେହେରା, ବନ କର୍ମଚାରୀ ପହଞ୍ଚତ୍ ବୁଝାଶୁଝା କରିଥିଲେ। ବନ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ମହିଳାଙ୍କ ଚିକିତ୍ସା ଲାଗି ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri