ଲୁଣା ନଦୀବନ୍ଧରୁ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ

ମାର୍ଶାଘାଇ,୩୦।୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲାର ଲୁଣା ନଦୀବନ୍ଧ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏଯାଏ ତାଙ୍କର ପରିଚୟ ମିଳିପାରିନାହିଁ। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, କେହି ମହିଳାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ନଦୀବନ୍ଧ ନିକଟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହର ଅବସ୍ଥା ଘଟଣାକୁ ଅଧିକ ରହସ୍ୟମୟ କରିଛି। ଖବର ପାଇ କୁଦାନଗରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ପରିଚୟ ଏବଂ ମୃତ୍ୟୁର କାରଣ ଜାଣିବା ସହ ଘଟଣା ପଛରେ କିଏ ରହିଛି, ସେନେଇ ପୋଲିସ ତଦନ୍ତ ଚଳାଇଛି।

 

Dharitri – Odisha’s No.1 Odia Daily

 

Share