କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହାପରେ ସଙ୍ଗେସଙ୍ଗେ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲା ।
ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ଏଯାବତ ମହିଳାଙ୍କର ପରିଚୟ ମିଳି ପାରି ନଥିଲା ବେଳେ ବୟସ ପାଖାପାଖି ୩୫ ବୋଲି ଜଣାପଡିଛି । ହତ୍ୟା କି ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।