Categories: ଜାତୀୟ

କ’ଣ ଚାଇନାର ରାଷ୍ଟ୍ରଦୂତଙ୍କ ସହ ନାଇଟ୍‌ କ୍ଲବ୍‌ରେ ଥିଲେ ରାହୁଲ? ପ୍ରଶ୍ନ ଉଠାଇଲେ ଭାଜପା ନେତା

ନୂଆଦିଲ୍ଲୀ,୩।୫: କାଠମାଣ୍ଡୁର ଏକ ନାଇଟ୍‌ କ୍ଲବରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପାର୍ଟି କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ନେଇ ଭାଜପା-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଭିଡିଓକୁ ନେଇ ଭାଜପା ରାହୁଲଙ୍କୁ ଟାର୍ଗେଟ କରୁଥିବା ବେଳେ ସେଥିରେ ନଜର ଆସୁଥିବା ମହିଳାଜଣଙ୍କ କିଏ ସେ ନେଇ ଆଲୋଚନା ମଧ୍ୟ ହେଉଛି। ତେବେ ମହିଳାଜଣଙ୍କ ଚାଇନାର କୂଟନୀତିଜ୍ଞ ହୋ ୟାନକି ବୋଲି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ଭାଜପା ନେତା ଦାବି କରୁଥିବା ଦେଖାଯାଉଛି।

ତେବେ ରାହୁଲ ସୋମବାର ନେପାଳ ଯାଇଛନ୍ତି। ସେଠାକୁ ସେ ନିଜ ବନ୍ଧୁ ସୁମ୍‌ନିମା ଉଦାସଙ୍କ ବିବାହରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ହେଲେ ଏହି ଗସ୍ତ କାଳରେ ରାହୁଲ ‘ଲର୍ଡ ଅଫ୍‌ ଦି ଡ୍ରିଙ୍କ୍ସ’ ନାଇଟ୍‌ କ୍ଲବ ଯାଇଥିଲେ। ସେଠାର ଭିଡିଓ ଭାଇରାଲ ହେଉଛି। ୨୦୧୮ରୁ ନେପାଳରେ ଚାଇନାର ରାଷ୍ଟ୍ରଦୂତ ଥିବା ହୋ ୟାନକି ତାଙ୍କ ସହ ଥିବା ଦାବି ହେଉଛି। ଏହାକୁ ନେଇ ଅନେକ ଭାଜପା ନେତା ପ୍ରଶ୍ନ ଉଠାଉଛନ୍ତି। ଦେଖନ୍ତୁ ସେଭଳି କିଛି ପ୍ରତିକ୍ରିୟା ଥିବା ଟୁଇଟ୍‌:

Share