ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରି କରିଥିଲେ। ତେବେ ଚ଼ିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ,ଅନୁଗୋଳ ବନାଞ୍ଚଳରେ ହାତୀ ମଣିଷ ଲଢେଇରେ ବାରବାର ଜୀବନ ହାନୀ ଘଟୁଥିଲେ ମଧ୍ୟ ବନବିଭାଗ ଏଥିପ୍ରତି ସଜାଗ ହେଉ ନ ଥିବା ଅଭିଯୋଗ ହେଉଛି। ହାତୀ ଉପସ୍ଥିତ ନେଇ ଠିକ ଭାବରେ ଗ୍ରାମବାସୀ ମାନଙ୍କୁ ସୂଚନା ଦିଆଯାଉଥିବା ଅଭିଯୋଗରେ ହାତୀ ଆକ୍ରମଣ ଦାର ଗତ ୩୧ ତାରିଖରେ ସୁନାଭୂଇଁ ଝିଲି ବେହେରା (୩୫)ଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଗତ ୧ ତାରିଖରେ ପୁନର୍ବାର ଏହି ବନାଞ୍ଚଳ ଅନ୍ତର୍ଗତ ଗୁରଙ୍ଗ ଖଇରା ସାହି ନିକଟରେ ଜଣେ ମାନସିକ ବିକାରଗ୍ରସ୍ତ ଅଚିହ୍ନା ଯୁବକଙ୍କ ହାତୀ ଆକ୍ରମଣରେ ମୃତ ହୋଇଥିଲା।

 

Dharitri – Odisha’s No.1 Odia Daily

 

Share