ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରି କରିଥିଲେ। ତେବେ ଚ଼ିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ,ଅନୁଗୋଳ ବନାଞ୍ଚଳରେ ହାତୀ ମଣିଷ ଲଢେଇରେ ବାରବାର ଜୀବନ ହାନୀ ଘଟୁଥିଲେ ମଧ୍ୟ ବନବିଭାଗ ଏଥିପ୍ରତି ସଜାଗ ହେଉ ନ ଥିବା ଅଭିଯୋଗ ହେଉଛି। ହାତୀ ଉପସ୍ଥିତ ନେଇ ଠିକ ଭାବରେ ଗ୍ରାମବାସୀ ମାନଙ୍କୁ ସୂଚନା ଦିଆଯାଉଥିବା ଅଭିଯୋଗରେ ହାତୀ ଆକ୍ରମଣ ଦାର ଗତ ୩୧ ତାରିଖରେ ସୁନାଭୂଇଁ ଝିଲି ବେହେରା (୩୫)ଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଗତ ୧ ତାରିଖରେ ପୁନର୍ବାର ଏହି ବନାଞ୍ଚଳ ଅନ୍ତର୍ଗତ ଗୁରଙ୍ଗ ଖଇରା ସାହି ନିକଟରେ ଜଣେ ମାନସିକ ବିକାରଗ୍ରସ୍ତ ଅଚିହ୍ନା ଯୁବକଙ୍କ ହାତୀ ଆକ୍ରମଣରେ ମୃତ ହୋଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାପା ମୋକିମଙ୍କୁ ପ୍ରଶଂସା କରି ବଡ଼ କଥା କହିଦେଲେ ସୋଫିଆ, ଲଢ଼େଇରେ ସମସ୍ତଙ୍କୁ…

ଭୁବନେଶ୍ବର,୧୨ା୧:  ବାପାଙ୍କୁ ପ୍ରଶଂସା କଲେ ଝିଅ ସୋଫିଆ ଫିର୍ଦ୍ଦୋସ । ଆଜିର ଯୁବ ସମାବେଶରେ ଖୋଲା ମଞ୍ଚରେ ସେ ମୋକିମଙ୍କ ସପକ୍ଷରେ ବାହାରି ପ୍ରଶଂସା କରିଛନ୍ତି...

ଧାନପହ୍ଲା କିଆରି ନଷ୍ଟ କଲେ ବାର୍‌ହା ପଲ: ରବି ଫସଲ ପାଇଁ ଜମିରେ ବୁଣିଥିଲେ…

ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ଖରିଫ୍‌ରେ ଅମଳ ଧାନ ବିକ୍ରି କରି ନ ପାରି ହଟହଟାର...

IND vs NZ: ବିଶ୍ୱର ‘ଚେଜ କିଙ୍ଗ’ ପାଲଟିଛି ଟିମ ଇଣ୍ଡିଆ , ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ହାସଲ କରିଛି ବଡ଼ ସଫଳତା

ନୂଆଦିଲ୍ଲୀ,୧୨।୧: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ପୁଣି ଥରେ ତାଙ୍କର ଶ୍ରେଣୀ ଏବଂ ଅଭିଜ୍ଞତା ପ୍ରଦର୍ଶନ କରିଛନ୍ତି।...

ରାସ୍ତା ମଝିରେ ଅଟକାଇଲେ: ପରେ ଝାମ୍ପିନେଲେ ୧୦ କେଜି ରୁପା

ପୋଲସରା,୧୨।୨: ବ୍ୟବସାୟୀଙ୍କୁ ଅଟକାଇ ଝାମ୍ପିନେଲେ ୧୦ କେଜି ରୁପା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ମୋହନାପଲ୍ଲୀରେ। ବ୍ୟବସାୟୀଙ୍କୁ ଅଟକାଇ ଲୁଟିନେଲେ ୨ ଦୁର୍ବୃତ୍ତ।...

‘ଭାରତ ପରି କେହି ନାହିଁ, ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପଙ୍କ ବନ୍ଧୁତା ପ୍ରକୃତ,’ ପ୍ରଶଂସା କଲେ ସେର୍ଜିଓ ଗୋର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୧: ଭାରତରେ ଆମେରିକାର ରାଷ୍ଟ୍ରଦୂତ ପଦ ଗ୍ରହଣ କରିବା ପରେ, ସେର୍ଜିଓ ଗୋର୍‌ ଭାରତ-ଆମେରିକା ରଣନୈତିକ ସହଭାଗୀତା ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଥିଲେ। ସେ...

ଭୟଙ୍କର ଦୁର୍ଘଟଣା: ବିଦ୍ୟୁତ ଖୁଣ୍ଟ ନେଲାବେଳେ ଓଲଟିଲା ଟ୍ରାକ୍ଟର

ପୋଲସରା,୧୨।୨: ଭୟଙ୍କର ଦୁର୍ଘଟଣା। ଟ୍ରାକ୍ଟର ଓଲଟି ଜଣେ ମୃତ, ୪ ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଆଠଗଡ଼ପାଟଣାରେ। ବିଦ୍ୟୁତ ଖୁଣ୍ଟକୁ...

ଏହି ଦେଶ ସହ ବଡ଼ ଚୁକ୍ତି କଲା ଭାରତ: ଚାଇନା-ପାକିସ୍ତାନର ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୨।୧: ପ୍ରୋଜେକ୍ଟ ୭୫(I) ଅନ୍ତର୍ଗତ ଭାରତ ପାଇଁ ୬ଟି ଅତ୍ୟାଧୁନିକ ଗୁପ୍ତ ପାରମ୍ପରିକ ବୁଡ଼ାଜାହାଜ ନିର୍ମାଣରେ ଜର୍ମାନୀ ସହାୟତା କରିବ। ମୁମ୍ବାଇସ୍ଥିତ ମାଜାଗନ ଡକୟାର୍ଡସ ଲିମିଟେଡ...

ଏଲିଭେଟେଡ଼ କରିଡ଼ର: ବଦଳିବ ଜୟଦେବ ବିହାର-ନନ୍ଦନକାନାନ ରାସ୍ତାର ରୂପରେଖ

ଭୁବନେଶ୍ୱର,୧୨।୧: ବଦଳିବ ଜୟଦେବ ବିହାର-ନନ୍ଦନକାନାନ ରାସ୍ତାର ରୂପରେଖ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବାକୁ ଥିବା ସ୍ବତନ୍ତ୍ର ଏଲିଭେଟେଡ଼ କରିଡ଼ର’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri