ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ମୋହିଗୁଡା ଗ୍ରାମର ଅମିର ଅନ୍ଧ ସୁଆଁସିଆ (୩୦)।
ପୋଲିସ ସୂଚନା ଅନୁସାରେ, ସୋମବାର ରାତିରେ ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମରେ ମହିଳା ଜଣଙ୍କ ଘରେ ଏକାକୀ ଥିବା ବେଳେ ଅଭିଯୁକ୍ତ ଘରେ ପଶି ଛୁରି ଦେଖାଇ ବଳାତ୍କାର କରିଥିଲେ। ପରେ ମହିଳା ଜଣଙ୍କ ସ୍ବାମୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଗୁରୁବାର ଥାନାରେ ଅଭିଯୋଗ ହୋଇଥିଲା।
ଏନେଇ ହିଞ୍ଜିଳି ଥାନାରେ କେସ୍ ନଂ ୩୬୬/୨୬ରେ ଏକ ମାମଲା ରୁଜୁ କରାଯାଇ ପୋଲିସ ଶୁକ୍ରବାର ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଉଭୟଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀଙ୍କ ସୂତ୍ରରୁ ସୂଚନା।