ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ ଦୁଇ ଜଣ ଦୁର୍ବୁତ୍ତ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ କରି ନେଇଛନ୍ତି | ସୂଚନା ମୁତାବକ କିଛିଦିନ ପୂର୍ବରୁ ଦୁଇଜଣ ଲୋକ ଜନ୍ମଦିନରେ ଚାରା ବାଣ୍ଟିବା ପାଇଁ ପ୍ରମୋଦଙ୍କ ଘରକୁ ଆସିଥିଲେ | ସେହି ଦୁଇଜଣ ବ୍ୟକ୍ତି ସକାଳେ ପୁଣି ଆସି ତ୍ରିପାଠୀଙ୍କୁ ଖୋଜିଥିଲେ | ତାଙ୍କ ସ୍ତ୍ରୀ ତ୍ରିପାଠୀବାବୁ ଘରେ ନାହାନ୍ତି ବୋଲି କହିବା ପରେବି ସେମାନେ ସୋଫାରେ ବସି ରହିଥିଲେ |କିଛି ସମୟ ପରେ ଦୁର୍ବୁତ୍ତମାନେ ପ୍ରମୋଦଙ୍କ ସ୍ତ୍ରୀଙ୍କୁ ବାନ୍ଧି ତାଙ୍କ ବେକରୁ ସୁନା ଗହଣା ଓ ଆଲମିରାରୁ ଟଙ୍କା ଓ ସୁନା ଲୁଟ କରି ନେଇଛନ୍ତି |
ଖବର ପାଇ ଚାନ୍ଦବାଲି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ତେବେ ସ୍ପଷ୍ଟ ଦିବାଲୋକରେ ଘର ଭିତରେ ପଶି ଏପରି ଲୁଟ କରାଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି |