ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ମଣ୍ଡପରେ ପହଞ୍ଚି ବାହାଘର ଅଟକାଇଲେ ସ୍ତ୍ରୀ

ବଲାଙ୍ଗୀରି,୨।୨: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ବିବାହ ମଣ୍ଡପରେ ପହଞ୍ଚି ବାହାଘର ଅଟକାଇଲେ ସ୍ତ୍ରୀ। ଏଭଳି ଏକ ନାଟକୀୟ ଘଟଣା ଗୁରୁବାର ଦିନ ବଲାଙ୍ଗୀର ଜିଲାର ପାଟଣାଗଡ଼ ସହରରେ ଦେଖିବାକୁ ମିଳିଛି। ଦ୍ୱିତୀୟ ଥର ପାଇଁ ତାଙ୍କ ସ୍ୱାମୀଙ୍କୁ ବିବାହ କରିବାରେ ରୋକିବାରେ ସଫଳ ହୋଇଥିବା ମହିଳା ଜଣକ କହିଛନ୍ତି।

ସୂଚନାନୁସାରେ, ମହିଳା ଜଣକ ସାଲେପାଲିର ପ୍ରକାଶ ହରିପାଲଙ୍କୁ ବିବାହ କରିଥିଲେ। ତେବେ ବିବାହର କିଛି ଦିନ ପରେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ନିର୍ଯାତନା ହେତୁ ସେ ବାପା ଘରକୁ ଯିବାକୁ ବାଧ୍ୟ ହୋଇଥିବା ଅଭିଯୋଗ ହୋଇଥିଲା।

ତେବେ ଦୁଇଜଣଙ୍କ ମଧ୍ୟରେ ଛାଡପତ୍ର କୋର୍ଟରେ ବିଚାରାଧୀନ ଥିବା ବେଳେ ହରିପାଲ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଯୋଜନା କରୁଥିବା ଜାଣିବାକୁ ପାଇଥିଲେ ତାଙ୍କର ପ୍ରଥମ ସ୍ତ୍ରୀ। ଏହା ଜାଣିବା ପରେ ହରିପାଲଙ୍କ ପ୍ରଥମ ପତ୍ନୀ ବିବାହ ମଣ୍ଡପରେ ପଶି ବିବାହ ମଧ୍ୟଭାଗକୁ ବନ୍ଦ କରିଦେଲେ। ପରେ ସେ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଏହି ଘଟଣାରେ ମହିଳା ଜଣକ କହିଛନ୍ତି “ମୁଁ ଏପ୍ରିଲ ୨୯, ୨୦୧୫ ରେ ପ୍ରକାଶ ହରିପାଲଙ୍କୁ ବିବାହ କରିଥିଲି। ଆମର ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସେ ଦ୍ୱିତୀୟ ଥର ବିବାହ କରୁଥିଲେ। ମୋ ସ୍ୱାମୀ ଦର୍ଶାଇଥିବା ଛାଡପତ୍ର ଡକ୍ୟୁମେଣ୍ଟ ନକଲି ଅଟେ। ତେବେ ଛାଡପତ୍ର ପରେ ସେ ବିବାହ କରିପାରିବେ ବୋଲି ଅଭିଯୋଗକାରୀ କହିଛନ୍ତି।

ମହିଳାଙ୍କ ବାପା ନାରାୟଣ ବ୍ୟାଗ କହିଛନ୍ତି, “ତାଙ୍କ ଶାଶୁ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇଥିଲେ। ଦିନେ ସେ ମୋ ଝିଅକୁ ଆମ ଘରେ ଛାଡି ଟ୍ରେନିଂ ଯିବାକୁ କହିଥିଲେ। କିନ୍ତୁ ପରେ ଶାଶୁ ଘର ଲୋକେ କେବେ ମୋ ଝିଅକୁ ଫେରାଇ ନେବାକୁ କେବେ ହେଲେ ଆସିନଥିଲେ। ଯୌତୁକ ମିଳିଲେ ସେମାନେ ତାଙ୍କୁ ଫେରାଇ ଆଣିବେ ବୋଲି କହିଛନ୍ତି।

ସେ ଏପର୍ଯ୍ୟନ୍ତ ତାଙ୍କୁ ଛାଡପତ୍ର ଦେଇନାହାଁନ୍ତି, କିନ୍ତୁ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରୁଥିଲେ। ” ତେବେ ଏହି ମାମଲାରେ ପୋଲିସ କିମ୍ବା ହରିପାଲଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନଘାଟ ଯିବାକୁ ମିଳିଲାନି ରାସ୍ତା, ରୋଡ୍ ଉପରେ ଅନ୍ତିମ ସଂସ୍କାର କଲେ ପରିବାର

ପାଟନା,୩୦ା୧: ବିହାରର ବୈଶାଳୀରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ସୁରକ୍ଷିତ ରାସ୍ତା ନ ପାଇ କ୍ରୋଧିତ ମହାଦଳିତ ପରିବାର ରାସ୍ତାରେ ଜଣେ ବୃଦ୍ଧା ମହିଳାଙ୍କ…

ମନ୍ତ୍ରୀଙ୍କ ବାସଭବନରେ ସହାୟକଙ୍କ ମୃତ୍ୟୁ, ସପରିବାର ସହ…

ଭୁବନେଶ୍ୱର,୩୦ା୧: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଲାଙ୍ଗୀର ଜିଲାର। ବିଦ୍ୟୁତ ଆଘାତରେ ସହାୟକଙ୍କ…

ଘରେ ପଶି ଚୋରି କରୁଥିଲେ ବାପପୁଅ, ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ଟାଉନ ପୋଲିସ

ବଲାଙ୍ଗୀର, ୩୦।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସିରିଜ ଚୋରି ଓ ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାପପୁଅଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଗିରଫ କରି…

Featured Video Play Icon

‘ପାଠ ନ ପଢ଼ାଇ ପର୍ସନାଲ କଥା କୁହନ୍ତି ସରୋଜ୍ ସାର୍: ବି-ଏଡ଼୍ ବିଭାଗର ପ୍ରିନ୍ସପାଲ…

ଉତ୍କଳ ବିଶ୍ବଦିଦୟାଳୟ ‘ପାଠ ନପଢ଼ାଇ ପର୍ସନାଲ କଥା କୁହନ୍ତି ସରୋଜ୍ ସାର୍ । ଏମିତି କିଛି ଅଭିଯୋଗ ଉତ୍କଳ ବିଶ୍ବବିଦ୍ୟାଳୟ ବି-ଏଡ଼୍ ବିଭାଗର ପ୍ରିନ୍ସପାଲ ସରୋଜ ସାହୁଙ୍କ…

ଆକ୍ଟିଭ୍‌ ହେଲା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, ଜାଣନ୍ତୁ କାହିଁକି ହୋଇଥିଲା ଡିଆକ୍ଟିଭେଟ୍‌

ନୂଆଦିଲ୍ଲୀ,୩୦।୧: ହଠାତ୍‌ ଗାଏବ ହୋଇଯାଇଥିବା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣିଥରେ ଆକ୍ଟିଭ୍‌ ହୋଇଛି। କୋହଲି ତାଙ୍କ ଆକାଉଣ୍ଟ ଡିଆଆଷ୍ଟିଭେଟ୍‌ କରିଦେଇଥିବା ପ୍ରଶଂସକ ଭାବୁଥିଲେ। କିନ୍ତୁ ଏହା…

ମହେନ୍ଦ୍ର ସିଂହ ଧୋନିଙ୍କୁ ହଠାତ ଭେଟିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରାଜନୈତିକ ମହଲରେ ଖୁବ ଚର୍ଚ୍ଚା

ରାଞ୍ଚି,୩୦।୧: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହଠାତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ…

ଜେଲ୍ ଭିତରେ ପ୍ରେମିକର ଜନ୍ମଦିନ ପାଳନ: ଭାଇରାଲ ହେଲା ଯୁବତୀଙ୍କ ‘ରିଲ୍ସ’

ନୂଆଦିଲ୍ଲୀ,୩୦।୧: ଛତିଶଗଡ଼ର ସବୁଠାରୁ ସୁରକ୍ଷିତ ଜେଲ୍‌ରୁ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଯୁବତୀ ଜେଲ୍ ଭିତରେ ପଶି ନିଜ ପ୍ରେମିକକୁ ଭେଟିବା ସହ ସେଠାରେ…

ମହୁଲରୁ ହେବ ମୃଦୁପାନୀୟ, ଏନ୍‌ଆଇଟି-ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ

ରାଉରକେଲା,୩୦।୧(ସଙ୍ଗୀତା ଜେନା): ଜଙ୍ଗଲଜାତ ଦ୍ରବ୍ୟ ମହୁଆ ବା ମହୁଲରୁ ଦେଶୀମଦ ତିଆରି ହେଉଥିଲା। ହେଲେ ଦିନକୁ ଦିନ ଜ୍ଞାନକୌଶଳ ବିକଶିତ ହେବା ପରେ ଏହି ଜଙ୍ଗଲଜାତ ଦ୍ରବ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri