Categories: ଫୁରସତ

ସ୍ତ୍ରୀ ଡଷ୍ଟବିନ୍‌ରେ ଫିଙ୍ଗିଦେଲେ ଲକ୍ଷାଧିକ ଟଙ୍କାର ସୁନା ଚେନ୍‌, ଅଳିଆ ଗାଡ଼ି ପଛେ ପଛେ ଦୌଡ଼ିଲେ ସ୍ବାମୀ; ଆଉ ତା’ ପରେ…

ମାଲେସିଆରେ ରହୁଥିବା ଜଣେ ମହିଳା ଫେସ୍‌ବୁକରେ ତାଙ୍କ ସହ ଘଟିଥିବା ଏକ କାହାଣୀ ଶେୟାର କରିଛନ୍ତି। ମହିଳା ଜଣକ ହଠାତ୍‌ ତାଙ୍କ ସୁନା ଚେନ୍‌ଟିକୁ ଅଳିଆଗଦାରେ ପକାଇ ଦେଇଥିଲେ। ଏହା ପରେ ଚେନ୍‌ ଖୋଜିବାକୁ ତାଙ୍କ ସ୍ବାମୀ ଅଳିଆ ଗାଡ଼ି ପଛେ ପଛେ ଦୌଡ଼ିଥିଲେ।

ସତର୍କତା ଅବଲମ୍ବନ ନ ନରିବାରୁ ଏପରି ଘଟଣା ଘଟିଥିଲା। ଏ ବିଷୟରେ ମହିଳା ଜଣକ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ମହିଳା ଜଣକ ନିଜର ମୂଲ୍ୟବାନ ସୁନା ଚେନ୍‌କୁ ଘରର ଡଷ୍ଟବିନ୍‌ରେ ଫିଙ୍ଗି ଦେଇଥିଲେ । ଯେତେବେଳେ ସେ ନିଜ ଭୁଲକୁ ଅନୁଭବ କଲେ, ଡଷ୍ଟବିନର ଆବର୍ଜନା ଟ୍ରକରେ ଭର୍ତ୍ତି ହୋଇ ଡମ୍ପିଂୟାର୍ଡକୁ ଗଲା। ଯେତେବେଳେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଏ ବିଷୟରେ ଜଣାଇଲେ, ସେ ଅଳିଆ ଗାଡ଼ି  ପଛରେ ଦୌଡ଼ିବାକୁ ଲାଗିଲେ। ଅନେକ ଚେଷ୍ଟା ପରେ ଶେଷରେ ସ୍ବାମୀ ସ୍ତ୍ରୀଙ୍କର ସୁନା ଚେନ୍‌ ଫେରିପାରିଲେ।

ଫେବୃୟାରୀ ୨୦ରେ ମହିଳା ଜଣକ ନିଜ ଫେସବୁକ୍‌ରେ ଏହି ଘଟଣା ବିଷୟରେ ଶେୟାର କରିଥିଲେ। ମହିଳାଙ୍କ ନାମ ୟାୟା। ତାଙ୍କ ଅବହେଳାରୁ ସେ କିପରି ଲକ୍ଷ ଲକ୍ଷ ଟଙ୍କାର ଜିନିଷ ହରାଇଥାନ୍ତେ ସେ ବିଷୟରେ କହିଛନ୍ତି। ଏହା ପାଇବା ପରେ ଉଭୟ ଦମ୍ପତି ଶାନ୍ତିରେ ନିଃଶ୍ୱାସ ମାରିଛନ୍ତି।

Share