Posted inଜାତୀୟ

ଶ୍ରଦ୍ଧା ହତ୍ୟା ମାମଲାର ପୁନରାବୃତ୍ତି, ସ୍ବାମୀଙ୍କୁ ୧୦ ଖଣ୍ଡ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୮।୧୧: ଶ୍ରଦ୍ଧା ହତ୍ୟା ମାମଲା ଭଳି ଦିଲ୍ଲୀରେ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ତ୍ରିଲୋକପୁରୀର ପାଣ୍ଡବନଗର ପୋଲିସ ଷ୍ଟେଶନ ଅଞ୍ଚଳରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ପୋଲିସ ଏହି ଘଟଣାର ଖୁଲାସା କରିଛି। ମୃତକ ଜଣଙ୍କ ବିହାରର ଅଞ୍ଜନ ଦାସ ବୋଲି ପୋଲିସ କହିଛି। ସେ ଦୀର୍ଘ ଦିନ ଧରି ଦିଲ୍ଲୀରେ ରହୁଥିଲେ। ତେବେ ଏହି ମାମଲାରେ ମୃତକଙ୍କ ସ୍ତ୍ରୀ ପୁନମ ଏବଂ ତାଙ୍କ ସାବତ ପୁଅ ଦୀପକକୁ ପୋଲିସ ଗିରଫ କରିଛି। ଡିସିପି ଅମିତ ଗୋୟାଲଙ୍କ କହିବା ଅନୁଯାୟୀ, ଜୁନ୍‌ ୫ରେ ରାମଲିଲା ମଇଦାନରେ ଶରୀରର ଅଙ୍ଗଗୁଡ଼ିକ ଉଦ୍ଧାର କରାଯାଇଥିଲା। ତେବେ ଶରୀରକୁ ଚିହ୍ନଟ କରିବାରେ ବହୁ ଅସୁବିଧା ହୋଇଥିବା ଡିସିପି କହିଛନ୍ତି। ଯାଞ୍ଚ ପରେ ମୃତଦେହ ଅଞ୍ଜନଙ୍କ ବୋଲି ସ୍ପଷ୍ଟ ହୋଇଥିଲା।

ସୂଚନାଯୋଗ୍ୟ, ପୂର୍ବ ସ୍ବାମୀ ଦୀପକ କଲ୍ଲୁଙ୍କ କର୍କଟ ରୋଗରେ ମୃତ୍ୟୁ ପରେ ୨୦୧୭ରେ ପୁନମ ଅଞ୍ଜନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୁନମଙ୍କର ପୂର୍ବରୁ ୨ ସନ୍ତାନ ଥିଲେ। ଅଞ୍ଜନ ମଧ୍ୟ ବିବାହିତ ଥିଲେ ଏବଂ ବିହାରରେ ତାଙ୍କର ୮ ସନ୍ତାନ ଅଛନ୍ତି। ଅନ୍ୟପକ୍ଷେ, ଅଞ୍ଜନ ପୁନମଙ୍କ ଅଳଙ୍କାର ବିକ୍ରି କରି ବିହାରକୁ ଟଙ୍କା ପଠାଇଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। ଏହାସହିତ ଅଞ୍ଜନ ପୁନମଙ୍କ ପୂର୍ବ ଝିଅ ଏବଂ ବୋହୂଙ୍କ ପ୍ରତି ଖରାପ ନଜର ଥିବା ସନ୍ଦେହ ମଧ୍ୟ କରୁଥିଲେ। ସେଥିପାଇଁ ମା-ପୁଅ ତାଙ୍କୁ ଜୀବନରୁ ମାରିବଦେବାକୁ ଯୋଜନା କରିଥିଲେ। ମେ’୩୦ରେ ମଦ୍ୟପାନରେ ନିଶା ବଟିକା ଦେଇଥିଲେ। ପରେ ଅଞ୍ଜନ ଚେତାଶୂନ୍ୟ ହୋଇପଡିଥିଲେ। ଏହାର ସୁଯୋଗ ନେଇ ପୁଅ ଦୀପକ ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ତା’ପରଦିନ ମୃତଦେହକୁ ପ୍ରାୟ ୧୦ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫୋପାଡି ଥିଲେ। ଜୁନ ୫ ତାରିଖ ବିଳମ୍ବିତ ରାତିରେ ପୋଲିସ ପ୍ରଥମେ ମୃତଦେହର ଗୋଡ ଜବତ କରିଥିଲା। ପୋଲିସ ଘଟଣାର ତଦନ୍ତ ପରେ ହତ୍ୟାକାଣ୍ଡର ଫର୍ଦ୍ଦାଫାଶ କରିଛି। ହତ୍ୟାରେ ମା’ପୁଅଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ମାମଲାର ଅଧିକ ତଥ୍ୟ ପାଇବା ଦୁହିଁଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri