Categories: ଫୁରସତ

ରାସ୍ତାମଝିରେ କ୍ୟାବ୍‌ ଡ୍ରାଇଭରଙ୍କୁ ଚାପୁଡ଼ା, ବିଧା

ଆପଣ ନିଶ୍ଚିତ ଭାବେ ସୋସିଆଲ ମିଡିଆରେ ଉତ୍ତେଜନା, ମାର୍‌ପିଟ୍‌ର ଭିଡିଓ ଦେଖିଥିବେ। ହେଲେ ମହିଳାଙ୍କ ଦ୍ୱାରା ମାଡ଼ ମରାଯିବାର ଭିଡିଓ କ୍ୱଚିତ୍‌ ଦେଖାଯାଇଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ମହିଳା କ୍ୟାବ୍‌ ଡ୍ରାଇଭରକୁ ଚାପୁଡ଼ା ମାରୁଥିବା ଦେଖାଯାଉଛି। ସେଠାରେ ଠିଆ ହୋଇ ଏହି ଦୃଶ୍ୟକୁ ଦେଖୁଥିବା ଲୋକଙ୍କ ମଧ୍ୟରୁ ଅନେକେ ମୋବାଇଲ୍‌ରେ ମହିଳାଙ୍କ ଏଭଳି କାର୍ଯ୍ୟକୁ ରେକର୍ଡ କରିଥିଲେ।

ତେବେ ଭିଡିଓଟି ଦିଲ୍ଲୀର ପଟେଲ ନଗରର। ଉକ୍ତ ମହିଳା ରାସ୍ତାମଝିରେ ଜଣେ କ୍ୟାବ୍‌ ଡ୍ରାଇଭରକୁ ଚାପୁଡ଼ା ମାରିବା ସହ ପିଟିଥିଲେ। ହେଲେ ପୁରୁଷଜଣଙ୍କ ତାଙ୍କୁ ରୋକିବାକୁ କିଛି କରି ନ ଥିଲେ। ସେଠାରେ ଉପସ୍ଥିତ ଲୋକେ ଏହା ଦେଖି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଆଗକୁ ଆସି ମହିଳାଙ୍କ ଏଭଳି ବ୍ୟବହାର ଉପରେ ପ୍ରଶ୍ନ ଉଠାଇଥିଲେ। ଜଣେ ବ୍ୟକ୍ତି ତାଙ୍କ ମୋବାଇଲ ଫୋନରେ ଏହି ଘଟଣାକୁ ରେକର୍ଡ କରିବାକୁ ତାଙ୍କୁ ଧମକ ଦେଇଥିଲେ। ହେଲେ ତାଙ୍କୁ କୌଣସି ସୁଫଳ ମିଳି ନ ଥିଲା। ଏବେ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଆଲୋଚନା ହେଉଛି। ପୋଲିସ ଏହି ଆଚରଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଅନେକେ ଚାହୁଁଛନ୍ତି।

Share