Categories: ଫୁରସତ

ଚଳନ୍ତା ବାଇକ୍‌ ପଛପଟେ ଓଲଟା ବସି ଫ୍ଲାଇଙ୍ଗ୍‌ କିସ୍‌ ଦେଲେ ମହିଳା: ଆଉ ତା’ପରେ… ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୧।୧୨: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଆପଣଙ୍କୁ ହସାଇଥାଏ ଏବଂ ଆଉ କିଛି ଏକ ଶିକ୍ଷା ଦେଇଥାଏ। ଆଜିକାଲି, ପ୍ରସିଦ୍ଧ ହେବାକୁ ଲୋକମାନେ ଅନେକ ପ୍ରକାରର ଭିଡିଓ ପ୍ରସ୍ତୁତ କରନ୍ତି। ବେଳେବେଳେ ଲୋକମାନେ ଏପରି ଭିଡିଓ କରିବା ପାଇଁ ନିୟମକୁ ମଧ୍ୟ ଅଣଦେଖା କରନ୍ତି। ଆଜିକାଲି ଏହିପରି ଗୋଟିଏ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବତା ଚଳନ୍ତା ବାଇକ୍‌ ଫ୍ଲାଇଙ୍ଗ କିସ୍‌ ଦେଉଥିବା ଦେଖାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ମହିଳା ବାଇକ୍‌ରେ ବସିଛନ୍ତି। ସେ ସଠିକ୍‌ ଭାବେ ନ ବସି ବିପରୀତ ପାର୍ଶ୍ୱରେ ବସି ଫ୍ଲାଇଙ୍ଗ୍‌ କିସ୍‌ ଦେଉଥିବାର ଦେଖାଯାଇଛି। ଯେଉଁ ବାଇକ ଉପରେ ମହିଳା ବସିଥିଲେ, ତାହାର ନମ୍ବର ପ୍ଲେଟ ନ ଥିଲା ଏହି ତିନିଜଣଙ୍କ ମଧ୍ୟରୁ କେହି ହେଲମେଟ ପିନ୍ଧି ନ ଥିଲେ।
ସୋସିଆଲ ମିଡିଆରେ ମହିଳାଙ୍କ ଭାଇରାଲ ହେବା ପରେ ଲୋକମାନେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଯଦି ଜଣେ ପୁଅ ଏହା କରିଥାନ୍ତେ ତେବେ କେତେ ଏଫ୍‌ଆଇଆର୍‌ ଦାଖଲ ହୋଇଥାନ୍ତା କିନ୍ତୁ ମହିଳାଙ୍କ ପାଇଁ ନୁହେଁ।

Share