କ୍ୱାରାଣ୍ଟାଇନ ହୋଟେଲରେ ନିଆଁ ଲଗାଇଦେଲେ

କାଇରନ୍ସ, ୨୯ା୧୧: ଅଷ୍ଟ୍ରେଲିଆର କାଇରନ୍ସ ସହରରେ ଜଣେ ୩୧ ବର୍ଷୀୟ ମହିଳା ଏକ କୋଭିଡ୍‌-୧୯ କ୍ୱାରାଣ୍ଟାଇନ ହୋଟେଲରେ ନିଆଁ ଲଗାଇଦେଇଛନ୍ତି। ୧୧ତମ ମହଲାରେ ସେ ଓ ତାଙ୍କ ୨ ପିଲା କ୍ୱାରାଣ୍ଟାଇନରେ ରହିଥିଲେ। ହୋଟେଲ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଅସୁବିଧା ଦୂର ନ ହେବାରୁ ମହିଳା ଜଣକ ହୋଟେଲରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ଅଗ୍ନି କାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ହେଟେଲରେ ଥିବା ୧୬୦ ଜଣଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ପୋଲିସ ମହିଳାଙ୍କୁ ଗିରଫ କରିଛି।

Share