Categories: ଜାତୀୟ

କାର୍‌ରେ ମହିଳାଙ୍କୁ ଗଣବଳାତ୍କାର

ନୂଆଦିଲ୍ଲୀ,୧୯।୮ : ଜଣେ ୨୨ ବର୍ଷୀୟା ମହିଳାଙ୍କୁ କାର୍‌ ଭିତରେ ୨ ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରୁ। ମହିଳାଙ୍କୁ ଚାକିରି କରାଇଦେବାକୁ କହି ଅଭିଯୁକ୍ତମାନେ ଦିଲ୍ଲୀ ନେଇ ଆସିଥିଲେ। ସୋମବାର ବଳାତ୍କାର କରିବା ପରେ କାହାକୁ କିଛି ନ କହିବାକୁ ଧମକ ଦେଇଥିଲେ ପୀଡ଼ିତା ପୋଲିସ ଆଗରେ କହିଛନ୍ତି।

ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଗଣବଳାତ୍କାର ମାମଲା ରୁଜୁ ହୋଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ପୀଡ଼ିତା ଘଟଣା ଦିନ ପୋଲିସକୁ ସୂଚନା ଦେଇଥିଲେ। ତା’ ପରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ବୟାନ ରେକର୍ଡ କରାଯାଇଛି।

Share