ତାମିଲନାଡୁ ନେଇ ମହିଳାଙ୍କୁ ବଳାତ୍କାର ଅଭିଯୋଗ: ସ୍ବାମୀ ପହଞ୍ଚି …

ହାଟଡିହି/ଛେନାପଦୀ,୨୭l୪(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଦୁଇ ସନ୍ତାନର ମହିଳାଙ୍କୁ ତାମିଲନାଡୁ ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ରବିବାର ମହିଳା ଜଣକ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନଂ ୧୭୨/୨୦୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ ଘଟଣା ଗତ ଦୁଇ ମାସ ତଳର ଅଟେ । କୌଣସି ସୂତ୍ରରୁ ଖବରପାଇ ମହିଳାଙ୍କ ସ୍ବାମୀ ତାମିଲନାଡୁ ଯାଇ ନିଜ ସ୍ତ୍ରୀକୁ ସେଠାରୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରେ ମହିଳା ଜଣକ ଅଭିଯୋଗ କରିବା ପରେ ତଦନ୍ତ ଚାଲିଛି । ଶାଳନିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି l

Odisha’s No.1 Odia Daily

Share