Categories: ଜାତୀୟ

ଜ୍ୱାଇଁଙ୍କ ସହ ଫେରାର ହେଲେ ଶାଶୁ

ଚଣ୍ଡିଗଡ,୮।୭: ପଞ୍ଜାବର କାପୁରଥାଲା ଜିଲାର ଏକ ଗାଁରେ ୪୦ ବର୍ଷୀୟା ମହିଳା ତାଙ୍କ ଜ୍ୱାଇଁଙ୍କ ସହ ଫେରାର ହୋଇଯାଇଛନ୍ତି। ମହିଳାଙ୍କ ଝିଅର ବିବାହ ହେବାର ମାତ୍ର ତିନି ମାସ ତଳେ ହୋଇଥିଲା। ୫ ଦିନ ଦିନ ପୂର୍ବେ ଜ୍ୱାଇଁ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିବାବେଳେ ଶାଶୁଙ୍କ ସହ ଫେରାର ହୋଇଯାଇଛନ୍ତି। ଏନେଇ ନବବିବାହିତ ନିଜ ମା’ ଏବଂ ସ୍ବାମୀଙ୍କ ନାଁରେ ଗୁରୁଦାସପୁର ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀ ୩ ମାସ ତଳେ ଗୁରୁଦାସପୁରର ଜଣେ ଯୁବକଙ୍କୁ ବିବାହ କରିଥିଲେ। ଏହାପରେ ଯୁବକ ତାଙ୍କ ଶାଶୁଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେ ନିଜ ଶାଶୁଙ୍କୁ ଅନେକ ଥର ବାହାରକୁ ବୁଲାଇବାକୁ ନେଇ ଯାଉଥିଲେ।
ପାଞ୍ଚ ଦିନ ପୂର୍ବେ ଯୁବକ ଜଣକ ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ। ପାସପୋର୍ଟ ତିଆରି କରିବା ବାହାନାରେ ଶାଶୁଙ୍କ ସହ ଫେରାର ହୋଇଯାଇଥିଲେ। ସମସ୍ତ ସମ୍ପର୍କୀୟ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ଥାନ ଖୋଜିବା ପରେ ମଧ୍ୟ ଉଭୟଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଉଭୟ ବିଦେଶ ପଳାଇଥିବା ଯୁବତୀ ଅନୁମାନ କରୁଛନ୍ତି। ଫେରାର ଥିବା ମହିଳାଙ୍କ ପାଞ୍ଚଟି ସନ୍ତାନ ଅଛନ୍ତି। ପଳାତକ ଶାଶୁ ଏବଂ ଜ୍ୱାଇଁଙ୍କୁ ଖୋଜା ଚାଲିଛି ବୋଲି ପୋଲିସ କହିଛି।

Share