Categories: ଫୁରସତ

ଅଧିକ ଫି’ ଚାର୍ଜ କଲେ ଡାକ୍ତର: ମହିଳା ନିଜେ ଉପାଡ଼ି ପକାଇଲେ ୧୧ ଦାନ୍ତ

ଦାନ୍ତରେ ସମସ୍ୟା ହେବା ପରେ ସାଧାରଣତଃ ଲୋକେ ଡେଣ୍ଟିଷ୍ଟ ବା ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି। ମାତ୍ର ଜଣେ ୪୨ ବର୍ଷୀୟା ମହିଳାଙ୍କର ଯେତେବେଳେ ଦାନ୍ତ ବିନ୍ଧିଲା ସେ ଜଣେ ବେସରକାରୀ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ସେ ଅଧିକ ଫି’ ଚାର୍ଜ କରିଥିଲେ। ମହିଳାଙ୍କ ନିକଟରେ ଏତେ ପରିମାଣର ଟଙ୍କା ନ ଥିବାରୁ ସେ ନିଜର ୧୧ ଦାନ୍ତ ଉପାଡ଼ି ଦେଇଥିଲେ।

ଏପରି ଘଟଣା ଦେଖିବାକୁ ମିଳିଛି ଲଣ୍ଡନରେ। ଡେନିଏଲ୍‌ ଓ୍ବାଟ୍‌ସ ନାମକ ଜଣେ ମହିଳାଙ୍କ ଦାନ୍ତ ବିନ୍ଧୁଥିବାରୁ ସେ ପ୍ରଥମେ ସରକାରୀ ଡାକ୍ତରଖାନା ଯାଇଥିଲେ। ସେଠାରେ ଡେଣ୍ଟିଷ୍ଟ ନ ଥିବାରୁ ପରେ ଜଣେ ପ୍ରାଇଭେଟ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ଦାନ୍ତ ଉପାଡ଼ିବା ପାଇଁ ଅଧିକ ଅର୍ଥ ମାଗିଥିଲେ। ଡେନିଏଲଙ୍କ ନିକଟରେ ପଇସା ନ ଥିବାରୁ ସେ ନିଜେ ୧୧ ଦାନ୍ତ ଉପାଡ଼ି ପକାଇଲେ।

ଡାନିଏଲ କୁହନ୍ତି, ଦାନ୍ତ ବିନ୍ଧା ଏତେ କଷ୍ଟ ଦେଉଥିଲା ମୋ’ ପାଖରେ ଆଉ ବିକଳ୍ପ ନ ଥିଲା। କିଛି ଦାନ ହଲୁଥିଲା। ମୁଁ ଆତ୍ମବିଶ୍ୱାସର ସହ ଏହି ଦାନ୍ତଗୁଡ଼ିକୁ ଉପାଡ଼ି ଦେଲି। ପରେ ଦରଜ ପାଇଁ ମେଡିସିନ ଆଣି ଖାଇବାରୁ ଉପଶମ ମିଳିଛି।

Share