ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ ଆନ୍ଦୋଳନ କରିଛନ୍ତି । ମଦ ବ୍ୟବସାୟଙ୍କ ଘର ସମ୍ମୁଖରେ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରି ଜଣଙ୍କୁ ଧରିଛନ୍ତି, ଅନ୍ୟ ଜଣେ ଅନ୍ଧାରରେ ଲୁଚି ପଳାଇ ଯାଇଛନ୍ତି। କେତେକ ମହିଳାଙ୍କ କହିବା କଥା ସ୍ବାମୀମାନେ ମଦ୍ୟପାନ କରି ପରିବାରରେ ଗଣ୍ଡଗୋଳ କରୁଛନ୍ତି, ଫଳରେ ପାରିବାରିକ ଶାନ୍ତି ନଷ୍ଟ ହେଉଛି। ଫଳରେ ଆମେ ଏଭଳି ପଦକ୍ଷେପ ନେଇଛୁ । ରିପୋର୍ଟ ଲେଖା ହେବା ବେଳକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

 

Share