ଝରିଗାଁ,୧୦ା୮(କିଶୋର ଚନ୍ଦ୍ର ମଣ୍ଡଳ): ବୟସ ମାତ୍ର ଏକ ସଂଖ୍ୟା ହୋଇଥିବାବେଳେ ୬୦ ବର୍ଷ ବୟସର ଜଣେ ମହିଳାଙ୍କ ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା ଦଶମ ଶ୍ରେଣୀ ପାସ୍ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କାନାକୋଟ ଗ୍ରାମର ଗୋବିନ୍ଦ ଚନ୍ଦ୍ର ରଥଙ୍କ ସ୍ତ୍ରୀ ବିନୋଦିନୀ ନନ୍ଦ ଗତ ବର୍ଷ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇ ଝରିଗାଁ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ମୋଟ୍ ୫୦୦ ସହ ମାର୍କରୁ ୧୬୫ ନମ୍ବର ଆଣି ଦଶମ ଶ୍ରେଣୀ ପାସ୍ କରିଛନ୍ତି। ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ରୋହିଣୀ ତପସ୍ବିନୀ ହଜାରେଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ଦଶମ ଶ୍ରେଣୀ ପାସ୍ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଏନେଇ କୃତୀ ମହିଳା ଜଣଙ୍କ ପ୍ରଧାନଶିକ୍ଷୟିତ୍ରୀଙ୍କ ହାତରୁ ସାର୍ଟିଫିକେଟ୍ ନେବା ସମୟରେ ଭାବ ବିହ୍ବଳ ହୋଇପଡ଼ିବା ସହ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି।


