ଆମେରିକାର ହ୍ୟୁଷ୍ଟନ୍ସ୍ଥିତ ଏୟାରପୋର୍ଟ ରନ୍ଓ୍ବେରୁ ଶୁକ୍ରବାର ସାଉଥ୍ ଓ୍ବେଷ୍ଟ ଏୟାରଲାଇନ୍ସର ଏକ ବିମାନ ଟେକ୍ ଅଫ୍ କରୁଥିବା ସମୟରେ ବିମାନ ମଧ୍ୟରେ ଜଣେ ମହିଳା ବିମାନରୁ ଓହ୍ଲାଇବା ପାଇଁ ଜିଦ୍ କରିଥିଲେ। ତେବେ ଏହା ସମ୍ଭବ ନୁହେଁ ବୋଲି ତାଙ୍କୁ ବିମାନର କ୍ରିଉ ସଦସ୍ୟ କହିଥିଲେ। ଫଳରେ ମହିଳା ଜଣକ ବିମାନ ମଧ୍ୟରେ ନିଜର ସମସ୍ତ ପୋଷାକ କାଢ଼ି ଉଲ୍ଲଗ୍ନ ହୋଇ ହଙ୍ଗାମା କରିବା ଆରମ୍ଭ କରିଥିଲେ। ସେ ଚଳନ୍ତା ବିମାନ ମଧ୍ୟରେ ଉଲଗ୍ନ ହୋଇ ପରେଡ୍ କରିବା ସହ ଅନ୍ୟ ଯାତ୍ରୀଙ୍କ ସମ୍ମୁଖରେ ତାଙ୍କୁ ଓହ୍ଲାଇବାକୁ ଦିଆଯାଉ ବୋଲି ଜୋର୍ରେ ଚିତ୍କାର କରିଥିଲେ। ଏହାସହ ସେ ବିମାନର କ୍ରିଉ ସଦସ୍ୟଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ବିଭିନ୍ନ ଆମେରିକୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହ୍ୟୁଷ୍ଟନରୁ ଫିନିକ୍ସ ସ୍କାଏ ହାର୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଯାଉଥିବା ଏକ ବିମାନରେ ମହିଳାଙ୍କର ଏହି ହାଇଭୋଲଟେଜ୍ ଡ୍ରାମା ପ୍ରାୟ ୨୫ ମିନିଟ ଧରି ଚାଲିଥିଲା। ଏହି ସମୟରେ ବିମାନର ଜଣେ କ୍ରିଉ ସଦସ୍ୟ ମହିଳାଙ୍କୁ ଏକ କମ୍ବଳରେ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଥିଲେ। ମହିଳା ଜଣକ ଉଲଗ୍ନ ହୋଇ ହଙ୍ଗାମା କରୁଥିବା ସମୟରେ ବିମାନ ମଧ୍ୟରେ ଥିବା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀ ଅସହଜ ଅନୁଭବ କରୁଥିଲେ ବୋଲି ଜଣେ ଯାତ୍ରୀ କହିଛନ୍ତି। ସ୍ଥିତି ବିଗିଡ଼ିବାରୁ ବିମାନଟିକୁ ପୁନର୍ବାର ହ୍ୟୁଷ୍ଟନ ଏୟାରପୋର୍ଟକୁ ଫେରିବାକୁ ପଡ଼ିଥିଲା। ହ୍ୟୁଷ୍ଟନରେ ଉକ୍ତ ବିମାନ ଲାଣ୍ଡିଂ କରିବା ପରେ ମହିଳା ଜଣଙ୍କୁ ଗିରଫ କରାଯାଇଥିବା ନେଇ ହ୍ୟୁଷ୍ଟନ ପୋଲିସ ସୂଚନା ଦେଇଛି। ମେଡିକାଲ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ବିମାନ ମଧ୍ୟରେ ମହିଳାଙ୍କ ହାଇଭୋଲଟେଜ୍ ଡ୍ରାମା ଯୋଗୁ ଅନ୍ୟ ଯାତ୍ରୀମାନେ ଅସୁବିଧା ଭୋଗ କରିଥିବାରୁ ସାଉଥ୍ ଓ୍ବେଷ୍ଟ ଏୟାରଲାଇନ୍ସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ କ୍ଷମା ମଗାଯାଇଛି।
NEW: Woman takes off all her clothes on a Southwest plane in Houston, demands to be let off.
The woman reportedly ran around the plane for 25 minutes “before action was taken” according to ABC 7.
After nearly half an hour, the plane finally made it back to the gate before the… pic.twitter.com/U0F0l4HEJJ
— Collin Rugg (@CollinRugg) March 7, 2025


