ଡେବ୍ରିଗଡ଼ର ୨ କି.ମି. ‘ଆଘାତ ପ୍ରତିରୋଧ ଅଞ୍ଚଳ’ ଘୋଷଣା

ସମ୍ବଲପୁର,୮ା୩(ପ୍ରମୋଦ ବହିଦାର): ଡେବ୍ରିଗଡ଼ ଅଭୟାରଣ୍ୟର ପ୍ରାୟ ୨ କିଲୋମିଟର ପରିମିତ ଅଞ୍ଚଳକୁ ‘ଆଘାତ ପ୍ରତିରୋଧ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟର ୧ କିଲୋମିଟର ପରିମିତ ଲେଖାଏ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ଅଞ୍ଚଳକୁ ଏଥିସଂଲଗ୍ନ ପ୍ରାୟ ୬୮ଟି ଗ୍ରାମର ଅଧିବାସୀ ଓ ଡେବ୍ରିଗଡ଼ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରୟାସରେ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ‘ଶୂନ୍ୟ ପ୍ରତିଘାତ ଓ ଶୂନ୍ୟ ବିଦ୍ୟୁତ୍‌ଘାତ ଅଞ୍ଚଳରେ ପରିଣତ କରାଯାଇ ପାରିଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ବନଖଣ୍ଡ ଅଧିକାରୀଙ୍କ ସୂଚନା ଅନୁସାରେ, ଡେବ୍ରିଗଡ଼ ଅଭୟାରଣ୍ୟ ସଂଲଗ୍ନ ୧୦୦ କିଲୋମିଟର ଅଞ୍ଚଳକୁ ହୀରାକୁଦ ଜଳଭଣ୍ଡାର ଓ ଏହାର ଆର୍ଦ୍ରଭୂମି ଘେରି ରହିଛି। ମାତ୍ର ପଶ୍ଚିମାଞ୍ଚଳ ସୀମାନ୍ତ ସଂଲଗ୍ନ ଜଙ୍ଗଳରେ ବିଭିନ୍ନ ସ୍ଥାନରେ ରହିଛି ୨ଶହରୁ ୧ ହଜାର ଜନସଂଖ୍ୟା ବିଶିଷ୍ଟ ୬୮ଟି ଗ୍ରାମ। ଏହି ଗ୍ରାମର ଅଧିବାସୀମାନେ ନିଜର ଦୈନନ୍ଦିନ ଜୀବନ ନିର୍ବାହ ଓ ଆବଶ୍ୟକତା ପୂରଣ ପାଇଁ ସମ୍ପୂର୍ଣ୍ଣ ଭାବେ ଡେବ୍ରିଗଡ଼ ଅଭୟାରଣ୍ୟ ଉପରେ ନିର୍ଭରଶୀଳ। ଏହି ଗ୍ରାମବାସୀମାନେ ଡେବ୍ରିଗଡ଼ ଅଭୟାରଣ୍ୟର ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ‘ଆଘାତ ପ୍ରତିରୋଧ ଅଞ୍ଚଳ’ରେ ପରିଣତ କରିବା ଦିଗରେ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କୁ ସହଯୋଗର ହାତ ବଢ଼ାଇଥିଲେ; ଯଦ୍ଦ୍ବାରା ଏହି ଅଞ୍ଚଳରେ ପୂର୍ବରୁ ଚାଲିଥିବା ଅବାଧ ବନ୍ୟଜନ୍ତୁ ଶିକାରକୁ ପ୍ରତିରୋଧ କରାଯାଇପାରିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ଦାସ। ସେ କହିଛନ୍ତି, ପୂର୍ବରୁ ଏହି ଅଞ୍ଚଳ ଏକ ବନ୍ୟପ୍ରାଣୀ ଶିକାରୀପ୍ରବଣ ଅଞ୍ଚଳ ଭାବେ ପରିଚିତ ଥିଲା। ବନ୍ୟଜନ୍ତୁଙ୍କ କବଳରୁ ଫସଲ ନଷ୍ଟରୁ ସୁରକ୍ଷା ଓ ବନ୍ୟଜନ୍ତୁ ମାଂସ ପାଇଁ ବନ୍ୟ ଘୁଷୁରି, ସମ୍ବର, କୁଟୁରା ଆଦି ବନ୍ୟଜନ୍ତୁଙ୍କ ଶିକାର ପାଇଁ ଲୋକେ ବିଦ୍ୟୁତ ଲାଇନ୍‌ ବିଛାଉଥିଲେ। ଅପରପକ୍ଷରେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ପ୍ରତ୍ୟହ ସକାଳ ଓ ସନ୍ଧ୍ୟା ସମୟରେ ନିୟମିତ ଭାବେ ଅଭୟାରଣ୍ୟରୁ ଏଥି ସଂଲଗ୍ନ ଜଙ୍ଗଲକୁ ଯାତାୟାତ କରିଥାନ୍ତି। ତେଣୁ ସେମାନଙ୍କୁ ସୁରକ୍ଷା ପାଇଁ ଏହି ଅଞ୍ଚଳକୁ ଶୂନ୍ୟ ବିଦ୍ୟୁତଘାତ ମୁକ୍ତ କରିବା ଅତ୍ୟନ୍ତ ଜରୁରୀ ଥିଲା। ଅଞ୍ଚଳକୁ ଆଘାତ ପ୍ରତିରୋଧ ଅଞ୍ଚଳରେ ପରିଣତ କରାଯାଇ ଏଠାରେ ମେଟାଲ୍‌ ଡିଟେକ୍ଟର, ଲାଇଭ୍‌ ୱାୟାର ଡିଟେକ୍ଟରରେ ସଜ୍ଜିତ ୭୨ ସ୍କ୍ବାଡ ବିଶିଷ୍ଟ ବନ ବିଭାଗର ୧୨ଟି ପାଟ୍ରୋଲିଂ ଦଳଙ୍କୁ ନିୟୋଜିତ କରାଯାଇ ସେମାନଙ୍କ ଯାତାୟାତ ପାଇଁ ୬ଟି ଯାନ ଉପଲବ୍ଧ କରାଯାଇଛି ବୋଲି କହିଛନ୍ତି ଦାସ। ବନଖଣ୍ଡ ଅଧିକାରୀ ଆହୁରି ସୂଚନା ଦେଇ କହିଛନ୍ତି, ଅଞ୍ଚଳର ପରିବେଶ ସୁରକ୍ଷା ପାଇଁ ଅଭୟାରଣ୍ୟ ସଂଲଗ୍ନ ୬୮ଟି ଗ୍ରାମର ଅଧିବାସୀଙ୍କୁ ନେଇ ପରିବେଶ ବିକାଶ କମିଟି ଗଠନ କରାଯାଇଛି। କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦୨୫ ବର୍ଷ ପାଇଁ କମିଟିର କର୍ମକର୍ତ୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି। ଉକ୍ତ କମିଟି ଶହେ କିଲୋମିଟର ପରିମିତ ଏହି ଆଘାତ ପ୍ରତିରୋଧ ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ରହିବେ। ସେମାନେ ପଶୁମାନଙ୍କ ଆଘାତମୁକ୍ତ ବିଚରଣକୁ ନିଶ୍ଚିତ କରିବା ସହ ବନ୍ୟଜନ୍ତୁ ଓ ମଣିଷ ସଂଘର୍ଷକୁ ରୋକିବା ଦାୟିତ୍ୱ ମଧ୍ୟ ନିର୍ବାହ କରିବେ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?