ମହିଳା ମାଓବାଦୀ, ତାଙ୍କ ସମର୍ଥକ ଗିରଫ

ନବରଙ୍ଗପୁର/ରାଇଘର, ୨୫।୧(ବି.ପ୍ର./ଡି.ଏନ୍‌.ଏ.): ନବରଙ୍ଗପୁର ପୋଲିସ ମେନପୁର ନୂଆପଡ଼ା ଡିଭିଜନର ଜଣେ ମହିଳା ମାଓବାଦୀ ଓ ତାଙ୍କ ସମର୍ଥକଙ୍କୁ ଗିରଫ କରିଛି। ଏନେଇ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି। ଗିରଫ ମହିଳା ମାଓବାଦୀ ହେଲେ ଛତିଶଗଡ଼ ରାଜ୍ୟ ସୁକ୍‌ମା ଜିଲା ଗୋରିଆସ ଥାନା ଅଧୀନ ମଟୋଡ଼ି ଗାଁର ପୋଜେ ମାଣ୍ଡବୀ ଓରଫ ଅନୀତା(୨୫)। ଅନ୍ୟପକ୍ଷରେ ସହଯୋଗୀ ଜଣକ ହେଲେ ନୂଆପଡ଼ା ଜିଲା ସେନାପଲି ଥାନା ଅଞ୍ଚଳର ସମୁଦ୍ର ବାଘ। ସେ କ୍ୱାକ୍‌ ଭାବେ କାମ କରନ୍ତି। ପୋଜେ ମାଣ୍ଡବୀଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବାବେଳେ ରାଇଘର ହାତୀଗାଁ ସଂରକ୍ଷିତ ଜଙ୍ଗଲରୁ ସିଆର୍‌ପିଏଫ୍‌, ଏସ୍‌ଓଜି ଓ ଡିଭିଏଫ୍‌ ଯବାନମାନେ କୋମ୍ବିଂ ଅପରେଶନ କରି ସେମାନଙ୍କୁ ଗିରଫ କରିଛନ୍ତି ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
୨୦୧୦ରେ ମାଓବାଦୀ ନେତା ରମେଶଙ୍କ ସହଯୋଗୀ ଭାବେ ପୋଜେ କାମ କରୁଥିଲେ। ପରେ ୨୦୧୦ରୁ ୨୦୧୩ ବଡ଼ଚଟିଆ ଏଲ୍‌ଓସିରେ କାମ କରୁଥିବାବେଳେ ତାଙ୍କୁ ମେନପୁର ନୂଆପଡ଼ା ଡିଭିଜନଙ୍କୁ ବଦଳି କରାଯାଇଥିଲା। ଏହାପରେ ମୁରଲୀ ଓରଫ ସଂଗ୍ରାମ ଓରଫ ମାଳା ରାଜିରେଡ୍ଡୀଙ୍କ ସହଯୋଗୀ ଭାବେ ପୋଜେ କାମ କରୁଥିଲେ। ସେ ୩୦୩ ରାଇଫଲ ପରିଚାଳନା କରୁଥିଲେ। ୨୦୧୯ରେ ଗୁଡୁ ଓରଫ ଜୟରାମଙ୍କ ସୁରକ୍ଷାରେ ତାଙ୍କୁ ନିୟୋଜିତ କରାଯାଇଥିଲା। ପୋଜେ ନୂଆପଡ଼ା, କଳାହାଣ୍ଡି, ଗରିଆବନ୍ଦ, ଜିଲାରେ ଅନେକ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ନୂଆପଡ଼ା ଅଞ୍ଚଳରେ ହୋଇଥିବା ବିଭିନ୍ନ ଫାୟାରିଂ କେସ୍‌ରେ ପୋଜେଙ୍କ ନାଁ ରହିଛି। ନବରଙ୍ଗପୁର ଜିଲାରେ ପୋଷ୍ଟର ମରା କାମରେ ସେ ଜଡ଼ିତ ଥିବା ଖବରଦାତା ସମ୍ମିଳନୀରେ ଡିିଆଇଜି ସୂଚନା ଦେଇଛନ୍ତି। ସମୁଦ୍ର ବାଘ ୨୦୧୭ରୁ ମାଓବାଦୀଙ୍କ ସହଯୋଗୀଭାବେ ଜଡ଼ିତ ଅଛନ୍ତି ବୋଲି ଡିଆଇଜି ଖବରଦାତା ସମ୍ମିଳନୀରେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ନବରଙ୍ଗପୁର ଏସ୍‌ପି ଏସ୍‌. ସୁଶ୍ରୀ ଓ ସିଆର୍‌ପିଏଫ୍‌ ୧୨ ବାଟାଲିୟନ କମାଣ୍ଡାଣ୍ଟ ଏନ୍‌. କେ.କେ. ପ୍ରସାଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri