Posted inଫୁରସତ

ଘିଅ, ଲହୁଣୀ ଖାଇ ୫୦ କେଜି ଓଜନ କମାଇଲେ ମହିଳା

ଆଜିର ସମୟରେ ଲୋକମାନେ ଫିଟ୍‌ନେସ୍‌ ବିଷୟରେ ବହୁତ ସଚେତନ। ଅଧିକାଂଶ ଲୋକ ଫିଟ୍‌ ରହିବା ପାଇଁ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଭବିଷ୍ୟତରେ ସେପରି ରୋଗବ୍ୟାଧି ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏବେ ସୋସିଆଲ ମିଡିଆରେ ଓଜନ ହ୍ରାସର ଅନେକ କାହାଣୀ ଶେୟାର କରାଯାଉଛି। କିଛି ଲୋକ ଏହି ପଦ୍ଧତିଗୁଡ଼ିକର ସହଜ ଉପାୟ ଅବଲମ୍ବନ କରି ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି।

କାନାଡାର ଆଣ୍ଟାରିଓରେ ରହୁଥିବା ଆଲିସ ସୋସିଆଲ ମିଡିଆରେ ନିଜର ଓଜନ ହ୍ରାସ ବିଷୟରେ ଏକ କାହାଣୀ ଶେୟାର କରିଛନ୍ତି। ସେ କହିଛନ୍ତି, ଓଜନ କମାଇବାକୁ ଘିଅ ଏବଂ ଲହୁଣୀ ଖାଇଥାନ୍ତି। ଏମିତି ଖାଇ ସେ ନିଜ ଓଜନ ୫୦ କିଲୋଗ୍ରାମ କମାଇଛନ୍ତି। ଖାଲି ଏତିକି ନୁହେଁ ଓଜନ କମାଇବା ପାଇଁ ତାଙ୍କୁ ବ୍ୟାୟାମ କରିବାର ମଧ୍ୟ ଆବଶ୍ୟକତା ପଡ଼ି ନ ଥିଲା। କେବଳ ଗୋଟିଏ ଡାଏଟ ଅନୁସରଣ କରି ସେ ଏତେ ଓଜନ ହ୍ରାସ କଲେ ଯେ, ତାଙ୍କ ସ୍ବାମୀ ମଧ୍ୟ ତାଙ୍କ ନୂଆ ଚେହେରା ଦେଖି ବିଶ୍ୱାସ କରିପାରିଲେ ନାହିଁ।

ଓଜନ ହ୍ରାସ କରିବା ଚିନ୍ତା ଆଲିସଙ୍କ ମନରେ କେବେ ଆସି ନ ଥିଲା। ଏହାର କାରଣ ଥିଲା ତାଙ୍କ ସ୍ବାମୀ ଦେଇଥିବା ପ୍ରେମ। ତାଙ୍କ ସ୍ବାମୀ ତାଙ୍କୁ ସବୁବେଳେ ସୁନ୍ଦର ବୋଲି କହୁଥିଲେ। କିନ୍ତୁ ଯେତେବେଳେ ସେ ୨୦୨୦ରେ ତାଙ୍କ ବିବାହ ଗାଉନ ପିନ୍ଧିଥିଲେ ତାହା ତାଙ୍କୁ ହୋଇ ନ ଥିଲା। ସେହିଦିନଠାରୁ ସେ ଓଜନ ହ୍ରାସ କରିବା ପାଇଁ ଚାହୁଁଥିଲେ।

ଆଲିସ କହିଛନ୍ତି, ସେ ଚିକେନ, ମାଛ, ଦହି, ପନିର, ଲହୁଣୀ ଏବଂ ଘିଅ ସହିତ ଡାର୍କ ଚକୋଲେଟ ଖାଉଥିଲେ। ଏସବୁ ଖାଦ୍ୟ ଖାଇବା ପରେ ମଧ୍ୟ ତାଙ୍କର ଓଜନ ହ୍ରାସ ପାଇଲା। ପ୍ରାୟ ଦୁଇ ବର୍ଷ ହେଲାଣି ଆଲିସ ତାଙ୍କ ଓଜନ କମାଇ ଚାଲିଛନ୍ତି। ଲୋକମାନେ ବି ତାଙ୍କ ଓଜନ ହ୍ରାସ ଦ୍ୱାରା ଅନୁପ୍ରାଣୀତ ହୋଇ ସେହି ଉପାୟ ସବୁ ଅବଲମ୍ବନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri