ବାର୍‌ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ, ଦୁଇ ଗୁରୁତର

ଜି.ଉଦୟଗିରି,୨୬।୧(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ(୬୦)। ଆହତମାନେ ହେଲେ ନିରଜିନୀ ପ୍ରଧାନ(୬୦) ଏବଂ ଡାକପାଲା ଗ୍ରାମର ସସ୍ମିତା ମଲ୍ଲିକ(୩୫)।

ମିଳିଥିବା ସୂଚନା ମୁତାବକ, କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ(୬୦) ଓ ନିରଜିନୀ ପ୍ରଧାନ (୬୦) କାଠ ଆଣିବାକୁ ଶ୍ରୀକଲା ଘାଟି ଅଞ୍ଚଳକୁ ଯାଇଥିଲେ। ସେତିକିବେଳେ ଏକ ବାର୍‌ହା ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ଅପସରୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କାର୍ଯ୍ୟରତ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅପସରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଅପସରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ସୂଚନା ଦେଇଛନ୍ତି।

ଠିକ୍‌ ସେହିପରି ଡାକପାଲା ଗ୍ରାମ ନିବାସୀ ସସ୍ମିତା ମଲ୍ଲିକ(୩୫) ଓ ତାଙ୍କ ସ୍ବାମୀ ବାପି ମଲ୍ଲିକ ଜି.ଉଦୟଗିରିରୁ ବାଇକ୍‌ ଯୋଗେ ଗାଁକୁ ଫେରୁଥିଲେ। ହେଲେ ଶ୍ରୀକଲା ଘାଟି ନିକଟରେ ବାଇକ୍‌ ଖରାପ ହୋଇଯାଇଥିଲା। ବାପି ବାଇକ୍‌ ମରାମତି କରୁଥିବା ବେଳେ ଅତର୍କିତ ଭାବେ ଏକ ବାର୍‌ହା ଚାଲିଆସି ସସ୍ମିତାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହସ୍ପିଟାଲରେ ଦୁଇଜଣ ମହିଳାଙ୍କ ଚିକିତ୍ସା ଚାଲିଥିବା ଡାକ୍ତର ଅଶୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବନ ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରା


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକୁ ଡେଇଁବ ଫ୍ରାନ୍ସ! ହରଡଘଣାରେ ଇରାନ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ଜାରି ରହିଛି। ମିଳିତ ଭାବରେ କାର୍ଯ୍ୟ କରି ଆମେରିକା ଏବଂ ଇସ୍ରାଏଲ ଇରାନ…

ଇରାକରେ ଆମେରିକୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ଖାମେନେଇଙ୍କ ସମ୍ପର୍କରେ ବଡ଼ ଦାବି କଲେ ନେତାନ୍ୟାହୁ

ତେହରାନ୍‌,୧୩।୩: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି। ଇସ୍ରାଏଲ ମଧ୍ୟ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଉଲ୍ଲେଖନୀୟ ଯେ, ନିଷ୍କ୍ରିୟ…

ନିର୍ମାଣ କାର୍ଯ୍ୟର ତଦାରଖ କଲେ ଜିଲାପାଳ, ଆଗାମୀ ପରିକଳ୍ପନା ବିଷୟରେ ସମସ୍ତଙ୍କୁ ଅବଗତ କରାଇ…

ବଞ୍ଚୋ,୧୩ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦ୍ରୀୟ ବିଦ୍ୟାଳୟ ଆନନ୍ଦପୁରର ନୂତନ ବିଦ୍ୟାଳୟ ଭବନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅବଲୋକନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ସାଇଟ ଭିଜିଟ…

ରେଳଧାରଣାରେ ପଡ଼ିଛି ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ମୃତଦେହ

ନନ୍ଦପୁର/ପାଡୁଆ,୧୩ା୩(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କୋତାବାଲସା-କିରାଣ୍ଡୁଳ କେ.କେ ରେଳପଥର ପାଡୁଆ ଷ୍ଟେଶନର ଅନତି ଦୂରରେ ଜଣେ ଯୁବକଙ୍କ ମୃତ ଶରୀର…

‘ମୋଚି’ଙ୍କୁ ଜୋତା କାରିଗର ବୋଲି କହିବାକୁ ପଡିବ, ଏବଂ ଜଣେ ‘ନାପିତ’ଙ୍କୁ ପର୍ସନାଲ କେୟାର ସର୍ଭିସ ପ୍ରୋଭାଇଡର କୁହାଯିବ!

ନୂଆଦିଲ୍ଲୀ,୧୩।୩: ଶିଳ୍ପ ସଂସଦୀୟ ସ୍ଥାୟୀ କମିଟି (୩୩୩ତମ ରିପୋର୍ଟ) ସୁପାରିଶ କରିଛି ଯେ ଶତାବ୍ଦୀ ପୁରୁଣା ଜାତି-ନିର୍ଦ୍ଦିଷ୍ଟ ବୃତ୍ତିଗତ ନାମଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରି ଏହି ବୃତ୍ତିଗୁଡ଼ିକୁ…

ପାଟ୍ଟଖଣ୍ଡା ମନ୍ଦିରର ଖୋଲିଲା ହୁଣ୍ଡି: ବାହାରିଲା ସୁନା-ରୁପା ସହ ଏତିକି ଟଙ୍କା

ଦାରିଙ୍ଗବାଡି,୧୩।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ମା’ ପଟ୍ଟାଖଣ୍ଡାଙ୍କ ପୀଠରେ ଗୁରୁବାର ହୁଣ୍ଡି ଖୋଲାଯାଇଛି। ଅନେକ ସମୟରେ ଶ୍ରଦ୍ଧାଳୁମାନେ ହୁଣ୍ଡିରେ ଦେଇଥିବା ଦାନ ଅର୍ଥ…

ଟ୍ରମ୍ପ କଲେ ଭୟଙ୍କର ପ୍ଲାନ, ଲାଭ ପାଇବ ଭାରତ! ରୁଷିଆକୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୧୩।୩: ସଙ୍କେତରୁ ଜଣାପଡୁଛି ଯେ ତାଇୱାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଛି। ଚାଇନା ଦୀର୍ଘ ସମୟ ଧରି ତାଇୱାନକୁ…

ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଜିଲାପାଳ, ନଦୀ ଉପରେ ହେବ…

ନନ୍ଦପୁର,୧୩ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଗତ ତା-୨୭.୨.୨୬ରେ ନନ୍ଦପୁର ବ୍ଲକ ପରିଦର୍ଶନରେ ଆସି ବାସୁକୀ ନଦୀପାର ହୋଇ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡ଼ା ଗ୍ରାମବାସୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri