Posted inଖେଳ

HIL 2026: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ ରାଞ୍ଚି ରୟାଲ୍ସ ପରାସ୍ତ

ଭୁବନେଶ୍ୱର,୨୬।୧: ହକି ଇଣ୍ଡିଆ ଲିଗ୍ ୨୦୨୬ର ଚମ୍ପିୟନ ହୋଇଛି ଓଡ଼ିଶାର କଳିଙ୍ଗ ଲାନ୍ସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଘରୋଇ ଟିମ୍ କଳିଙ୍ଗ ଲାନ୍ସର୍ସ ୩-୨ ଗୋଲରେ ରାଞ୍ଚି ରୟାଲ୍ସକୁ ପରାସ୍ତ କରି ଟ୍ରଫି ହାସଲ କରିଛି। ପୁରା ଟୁର୍ଣ୍ଣାମେଣ୍ଟରେ ପ୍ରାୟ ଅପରାଜେୟ ରହିବା ପରେ ଆଜି ଘରୋଇ ମାଟିରେ ଦଳ ଟ୍ରଫି ଟେକିବା ସହ ଓଡ଼ିଶାବାସୀଙ୍କୁ ଶ୍ରେଷ୍ଠ ଉପହାର ଦେଇଛି।

କଳିଙ୍ଗ ଷ୍ଟାଡିୟମର ହଜାର ହଜାର ଦର୍ଶକଙ୍କ ସମର୍ଥନ ମଧ୍ୟରେ ଲାନ୍ସର୍ସ ଦଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପୁରା ଟୁର୍ଣ୍ଣାମେଣ୍ଟରେ ପ୍ରାୟ ଅପରାଜେୟ ରହିଥିବା ଏହି ଦଳ ଫାଇନାଲରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛି।

ମ୍ୟାଚ୍ ଆରମ୍ଭର ମାତ୍ର ୫ ମିନିଟ୍ ମଧ୍ୟରେ ଆଲେକ୍ସଜାଣ୍ଡାର୍ ହେଣ୍ଡ୍ରିକ୍ସ ଏକ ଚମତ୍କାର ଗୋଲ୍ ଦେଇ କଳିଙ୍ଗ ଲାନ୍ସର୍ସକୁ ସ୍ୱପ୍ନିଳ ଆରମ୍ଭ ଦେଇଥିଲେ। ହେଣ୍ଡ୍ରିକ୍ସଙ୍କ ଏକ ଦ୍ରୁତ ଫ୍ଲିକ୍ ପରେ ଦିଲପ୍ରୀତ ସିଂ ଚମତ୍କାର ଭାବେ ବଲକୁ ଗୋଲରେ ପରିଣତ କରି ଦଳକୁ ଦ୍ୱିତୀୟ ସଫଳତା ଦେଇଥିଲେ। ପରେ ହେଣ୍ଡ୍ରିକ୍ସ ନିଜର ଆଉ ଏକ ଦ୍ରୁତ ଡ୍ରାଗ୍ ଫ୍ଲିକ୍ ମାଧ୍ୟମରେ ଦଳ ପାଇଁ ତୃତୀୟ ଗୋଲ୍ ସ୍କୋର କରିଥିଲେ।

ହାଫ୍-ଟାଇମ୍ ଏବଂ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା କଳିଙ୍ଗ ଲାନ୍ସର୍ସ ୩-୧ ଗୋଲରେ ଆଗୁଆ ରହିଥିଲା। ଶେଷ କ୍ୱାର୍ଟରରେ ରାଞ୍ଚି ରୟାଲ୍ସ ଜବରଦସ୍ତ ଚାପ ସୃଷ୍ଟି କରି ସ୍କୋରକୁ ୩-୨ ପର୍ଯ୍ୟନ୍ତ ନେଇଥିଲେ। ମାତ୍ର ଲାନ୍ସର୍ସର ସଠିକ୍ ରଣନୀତି ଏବଂ ସଂଯମତା ଶେଷ ପର୍ଯ୍ୟନ୍ତ ବଜାୟ ରହିବା ଫଳରେ ସେମାନେ ବିଜୟୀ ହୋଇଥିଲେ।

ଏହି ସିଜିନରେ କଳିଙ୍ଗ ଲାନ୍ସର୍ସର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ରହିଛି। ସେମାନଙ୍କର ଧୈର୍ଯ୍ୟ, ନିରନ୍ତରତା ଏବଂ ଦାବଦବା ସେମାନଙ୍କୁ ଚାମ୍ପିଅନ କରାଇଛି। ଏହି ବିଜୟ ପରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳି ଏବଂ ପ୍ରଶଂସକଙ୍କ ମଧ୍ୟରେ ଏକ ବିଜୟ ଉତ୍ସବ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?