ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ ବ୍ରିଜ୍ ଉପରେ ଅଟକି ଯାଇଥିଲେ। ତେବେ ବ୍ରିଜ୍ ଉପରେ ଇଭୟ ଫଟୋ ଉଠାଇବା ପରେ ସୁବର୍ଣ୍ଣପୁର ସହର ମହାନଦୀ ବ୍ରିଜ୍ ଉପରୁ ନବବିବାହିତା ସଙ୍ଗୀତା ପୁଟେଲ(୨୫) ତଳକୁ ଡେଇଁ ପଡ଼ିଥିଲେ। ତେବେ ସୌଭାଗ୍ୟବଶତଃ ସେ ନଈ ପାଣିରେ ପଡ଼ିଥିଲେ। ନଈରେ ଗାଧୋଉ ଥିବା କିଛି ଯୁବକ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସଙ୍ଗୀତା ସୁସ୍ଥ ଅଛନ୍ତି।
ସୂଚନା ଥାଉକି, ଗତ ୧୩ ତାରିଖରେ ସୋନପୁର ଥାନା କଇଁଫୁଲ ଗ୍ରାମର ପ୍ରମୋଦଙ୍କ ସହିତ ସଙ୍ଗୀତାଙ୍କ ବୈଦିକ ରୀତିରେ ବିବାହ ହୋଇଥଲା।