ପୋଡ଼ି ହୋଇ ମହିଳା ଗୁରୁତର

ସୋର, ୧୭।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଗୁଡିଖୁଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତ ରବିବାର ରାତିରେ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଗ୍ରାମର ଅଶୋକ ସିଂଙ୍କ ସ୍ତ୍ରୀ ଶୁକମୁକା(୩୦) ରବିବାର ରାତିରେ ତାଙ୍କ ସ୍ବାମୀ ଏବଂ ପିଲାଙ୍କୁ ଖାଇବାକୁ ଦେଇ ଚୁଲି ନିକଟକୁ ତରକାରୀ ଆଣିବାକୁ ଯାଇଥିଲେ। ହଠାତ ତାଙ୍କ ପିନ୍ଧା ଲୁଗାରେ ନିଆଁ ଲାଗିଯିବାରୁ ଅଶୋକ ତାଙ୍କ ଉପରେ ଏକ କନ୍ଥା ଘୋଡାଇ ପକାଇଥିଲେ। ପଡୋଶୀଙ୍କୁ ଡାକି ଖାଦାନ ସଙ୍ଘ ଆମ୍ବୁଲାନ୍ସରେ ସୋର ମେଡ଼ିକାଲକୁ ଆଣିଥିଲେ। ସେଠାରେ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଡାକ୍ତର ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ମହିଳାଙ୍କୁ ବଞ୍ଚାଇବା ସମୟରେ ତାଙ୍କ ସ୍ବାମୀଙ୍କ ହାତ ଓ ଦେହର ବିଭିନ୍ନ ସ୍ଥାନରେ ନିଆଁ ଆଘାତ ଲାଗିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଡ୍ୟାମ୍‌ରେ ବୁଡିଯାଇ ୨ ଅଧିକାରୀ ନିଖୋଜ, ଜଣେ ଉଦ୍ଧାର

ସମ୍ବଲପୁର,୭ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ...

ବିହାର ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ,୨୯ା୧୨(ଡି.ଏନ.ଏ)- ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଶନିବାର ଅପରାହ୍ନ ୩ଟାରେ ବିହାରର ରାଜ୍ୟପାଳ ଫଗୁ ଚୌହାନ ଆସିଛନ୍ତି। ପ୍ରଥମେ କୋଣାର୍କସ୍ଥିତ ଇଣ୍ଡିଆନ ଅଏଲ ଫାଉଣ୍ଡେଶନ...

ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ବାଲେଶ୍ୱର ଅଫିସ୍‌:୨୧।୪: ବାଲେଶର ସହରରେ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହେବାପରେ ଏକ ପ୍ରକାର ଆତଙ୍କ ଦେଖାଦେଇଛି। ଗତ ଶନିବାର ବାଲେଶ୍ୱରର ନେଳିବାବାଗ ଅଞ୍ଚଳର ଜଣେ ୫୮...

ଖସିପଡ଼ି ଠିକା ଶ୍ରମିକ ଗୁରୁତର, କଟକ ସ୍ଥାନାନ୍ତର

ବଅଁରପାଳ,୯।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ପ୍ଲାଣ୍ଟ ପରିସରରେ ସୋମବାର ସକାଳେ ଜଣେ ଠିକାଶ୍ରମିକ ଖସିପଡ଼ି ଗୁରୁତର ହୋଇଛନ୍ତି। ଶ୍ରମିକ ଜଣକ ହେଲେ ସୁଜିତ୍‌ ବେହେରା।...

ଭଙ୍ଗା ହେଉଛି ଏମାର ମଠ: କୋଠିଘର ଭଙ୍ଗାଯିବା ବେଳେ ବାହାରିଲେ ଶହ ଶହ ସଂଖ୍ୟାରେ ଚେମିଣି, ସରୀସୃପ ଥିବା ଆଶଙ୍କା

ପୁରୀ ଅଫିସ,୨୯।୮: ଲଙ୍ଗୁଳୀ ମଠ ଭଙ୍ଗା ଯିବା ପରେ ଏବେ ଏମାର ମଠକୁ ଭାଙ୍ଗିଛି ପ୍ରଶାସନ। ବିପଦ ସଙ୍କୁଳ ଦର୍ଶାଇ ବୁଧବାର ଏମାର ମଠ ଉଚ୍ଛେଦ...

ଦଳିତ ନେତାଙ୍କୁ ଆକ୍ରମଣ ମାମଲା: ଶ୍ରମିକ ନେତା, ୨ଖଣି ଅଧିକାରୀ ନିର୍ଦ୍ଦୋଷରେ ଖଲାସ

ଯାଜପୁର ଟାଉନ/ ଯାଜପୁରରୋଡ, ୪।୪ (ଡି.ଏନ୍‌.ଏ.): ୨୦୦୯ ମସିହା ବହୁ ଚର୍ଚ୍ଚିତ ସାମାଜିକ କର୍ମୀ ବା ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ ସୁକିନ୍ଦା ଖଣି ଅଞ୍ଚଳର ଶ୍ରମିକ...

ବାୟୋମେଟ୍ରିକ ଖୋଲିବ ବାଟମାରଣା

ଯାଜପୁର ରୋଡ,୫ା୯(ଡି.ଏନ.ଏ.):ସହରର ପରିଷ୍କାର ପରିଚ୍ଛନ୍ନତା ସ୍ବାୟତ୍ତ ଶାସନ ସଂସ୍ଥାର ପ୍ରାଥମିକ ଓ ମୌଳିକ ଦାୟିତ୍ୱ ବୋଲି ନଗର ବିଜ୍ଞାନ ପାଠରେ ଲେଖା ହୋଇଛି। ନଗରବାସୀଙ୍କ ଆବଶ୍ୟକତା...

ବଢ଼ିବ ବିଜ୍ଞାନ ଜ୍ଞାନ

ଅନୁଗୋଳ ଅଫିସ, ୬ା୧ (ଅମିତ କୁମାର ସାମଲ) – ଅନୁଗୋଳ ଜିଲାରେ ନିର୍ମାଣ ହେବ ସାଇନ୍ସ ପାର୍କ। ଏଥିପାଇଁ ଛେଣ୍ଡିପଦା ବ୍ଲକରେ ସ୍ଥାନ ଚିହ୍ନଟ କରାଯାଇଛି।...

Advertisement
Archives

Model This Week