Categories: ଖେଳ

କ୍ରିକେଟ ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ପଶିଥିଲେ ଏହି ଶାଢି ପିନ୍ଧା ମହିଳା, ଆଉ ତା’ପରେ

କ୍ରିକେଟ ପଡିଆ ଭିତରେ ଦର୍ଶକ ପଶିବାକୁ ବାରଣ କରାଯାଇଥାଏ। ଏଥିପାଇଁ ମ୍ୟାଚ୍‌ବେଳେ କଡା ସୁରକ୍ଷା ଗ୍ରହଣ କରାଯାଇଥାଏ। କିନ୍ତୁ ୭୦ ଦଶକରେ ସୁରକ୍ଷା ଉପରେ ସେତେଟା ଦୃଷ୍ଟି ଦିଆଯାଉ ନ ଥିଲା। ଫଳସ୍ବରୂପ ଶାଢି ପିନ୍ଧି ଜଣେ ମହିଳା ମ୍ୟାଚ୍‌ ଚାଲୁଥିବାବେଳେ ପଡିଆ ଭିତରକୁ ପଶିଯାଇ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚୁମ୍ବନ ଦେଇଥିଲେ। ୧୯୭୫ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଥିବାବେଳେ ଏହି ଘଟଣାଟି ଘଟିଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବ୍ରଜେଶ ପଟେଲ୍‌ ବ୍ୟାଟିଂ କରୁଥିଲେ। ସେ ଅର୍ଦ୍ଧଶତକ ହାସଲ କରିବା ପରେ ପରେ ମହିଳା ଜଣଙ୍କ ପଡିଆ ଭିତରେ ପଶି ତାଙ୍କୁ ଚୁମ୍ବନ ଦେଇଥିଲେ। ମହିଳା ଜଣଙ୍କ ଶାଢି ପିନ୍ଧି ଏତେ ଜୋରରେ ଦୌଡୁଥିଲେ ଯେ ତାଙ୍କୁ ସୁରକ୍ଷାକର୍ମୀ ଧରିବା ମୁସ୍କିଲ ହୋଇଯାଇଥିଲା।

Share