ମୁକୁଳା ପଡ଼ିଛି ମାଳ ମାଳ ଟ୍ରାନ୍ସଫର୍ମର: କରେଣ୍ଟ ଲାଗି ମହିଳା ଗୁରୁତର

ଖଲ୍ଲିକୋଟ,୨୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ୍‌ ଅଞ୍ଚଳରେ ମୁକୁଳା ପଡ଼ିଛି ମାଳମାଳ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅକାଳରେ ଲୋକଙ୍କ ଜୀବନ ଯାଉଥିବା ବେଳେ କେତେକେ ଗୁରୁତର ଆହତ ହେଉଛନ୍ତି। ମୁକୁଳା ଟ୍ରାନ୍ସଫର୍ମରରେ ବ୍ୟାରିକେଡ୍‌ କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଇତିମଧ୍ୟରେ ଖଲ୍ଲିକୋଟ୍‌ ଥାନା ଅଧୀନ ଲଙ୍ଗଳେଶ୍ୱର ସାନସାହିରେ ଥିବା ମୁକୁଳା ଟ୍ରାନ୍ସଫର୍ମରରେ ଲାଗି ସୋମବାର ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ମହିଳା ଜଣକ ଘରକୁ ଚାଲିଚାଲି ଯାଉଥିବା ସମୟରେ ଅସାବଧାନତା ଯୋଗୁ ମୁକୁଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ଲାଗିଯାଇଥିଲେ। ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଓ ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାରକରି ଅଗ୍ନିଶମ ବାହିନୀ ସହାୟତାରେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି। ଗୁରୁତର ମହିଳା ଜଣଙ୍କ ସାନସାହିର ସଚଳା ଡାଙ୍ଗୁଆ(୫୮) ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଲଙ୍ଗଳେଶ୍ୱର ସରପଞ୍ଚ ରମେଶ ଚନ୍ଦ୍ର ସାହୁ କହିଛନ୍ତି, ମୁକୁଳା ଟ୍ରାନ୍ସଫର୍ମରଗୁଡ଼ିକୁ ଆବଦ୍ଧ କରିବା ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ସୋମବାର ଏକ ଅଘଟଣ ଘଟିଛି। ମୁକୁଳା ଟ୍ରାନ୍ସଫର୍ମର ପ୍ରତି କୌଣସି ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଏଥିପାଇଁ ଆନ୍ଦୋଳନ କରାଯିବା ସହ ବିଦ୍ୟୁତ୍‌ ବିଲ୍‌ ପୈଠ ବର୍ଜନ କରାଯିବ ବୋଲି ସରପଞ୍ଚ କହିଛନ୍ତି।

ଅନ୍ୟପକ୍ଷେ ଖଲ୍ଲିକୋଟ୍‌ ସହରର ରଘୁନାଥ ମନ୍ଦିର ନିକଟରେ ଥିବା ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ରହିଛି। ଅନ୍ୟପକ୍ଷେ ମନ୍ଦିରକୁ ବିଭିନ୍ନ ପର୍ବପର୍ବାଣିରେ ଶତାଧିକ ଭକ୍ତ ଆସୁଥିବା ବେଳେ ମୁକୁଳା ଟ୍ରାନ୍ସଫର୍ମର ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏପରିକି ଖଲ୍ଲିକୋଟ୍‌ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ମୁକୁଳା ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଥିବା ବେଳେ ଲଙ୍ଗଳେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ନିକଟ ପାଟଣାସାହି ସମ୍ମୁଖ, ଷ୍ଟେଟ୍‌ବ୍ୟାଙ୍କ ନିକଟ, ଛାତ୍ରେଶ୍ୱର ମନ୍ଦିର ସମ୍ମୁଖ, ଭେଜିପୁଟ କାଳିଜାଈ ପ୍ରାଥମିକ ବିଦ୍ୟାଳୟ ନିକଟ, ଭେଜିପୁଟ ଓଭରବ୍ରିଜ୍‌ ନିକଟ, ପଥରା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଏବଂ ଅନ୍ୟାନ୍ୟ ସ୍ଥାନରେ ଟ୍ରାନ୍ସଫର୍ମର ଗୁଡ଼ିକ ମୁକୁଳା ଅବସ୍ଥାରେ ରହିଥିବାରୁ ସାଧାରଣ ଲୋକ ଏବଂ ଗୋରୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri