ରଖେ ହରି ମାରେ କିଏ…

ମୁମ୍ବାଇ,୧୮।୫: ବାତ୍ୟା ତାଉକ୍‌ତାଏ ମହାରାଷ୍ଟ୍ର ଓ ଗୁଜରାଟରେ ତାଣ୍ଡବ ରଚିଛି। ଦୁଇ ରାଜ୍ୟରେ ବହୁ ମାତ୍ରାରେ ବାତ୍ୟା କ୍ଷୟକ୍ଷତି ଘଟାଇଥିବା ବେଳେ ଅନେକଙ୍କ ଜୀବନ ହାନି ଘଟିଛି। ଆଉ କେତେକ ସ୍ଥାନରେ ବଡ଼ ବଡ଼ ଗଛ ଓ ହୋର୍ଡିଂ ଭାଙ୍ଗିଯିବାରୁ ରାସ୍ତା ବନ୍ଦ ହୋଇଯାଇଛି। କିନ୍ତୁ ଏହାରି ଭିତରେ ଏକ ଚମତ୍କାର ଦେଖିବାକୁ ମିଳିଛି। କୁହାଯାଏ, ରଖେ ହରି ତ ମାରେ କିଏ। ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରରୁ ଆସିଥିବା ଏକ ଭିଡିଓରେ। ଜଣେ ମହିଳାଙ୍କ ଉପରେ ଗଛ ପଡ଼ୁ ପଡ଼ୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ ଜୀବନ ବଞ୍ଚିଯାଇଛି। ସୂଚନାଯୋଗ୍ୟ, ସୋମବାର ମୁମ୍ବାଇର ଜଣେ ମହିଳା ରାସ୍ତା ପାର କରୁଥିବା ସମୟରେ ହଠାତ୍‌ ଏକ ବଡ଼ ଗଛ ପଡ଼ିଯାଇଥିଲା। ହେଲେ ମହିଳାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଗଛଟି ତାଙ୍କ ଉପରେ ନ ପଡ଼ି ପାଖରେ ପଡ଼ିଥିଲା। କାରଣ ଗଛ ପଡ଼ିବା ଦେଖି ସେଠାରୁ ମହିଳା ଜଣଙ୍କ ଦୌଡ଼ି ପଳାଇଥିଲେ। ଯାହାଫଳରେ ତାଙ୍କର ଜୀବନ ବଞ୍ଚି ଯାଇଛି। ମହିଳାଙ୍କ ଏହି ଭିଡ଼ିଓ ସିସିଟିଭିରେ କଏଦ୍‌ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

Share