Categories: ଫୁରସତ

୯ ମାସ ଗର୍ଭବତୀ ରହି ପ୍ଲାଷ୍ଟିକ ଶିଶୁକୁ ଜନ୍ମ ଦେଉଛନ୍ତି ଏହି ମହିଳା ! ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ମା’ ହେବାର ଅନୁଭବ ପ୍ରତ୍ୟେକ ମହିଳାଙ୍କ ପାଇଁ ଅତ୍ୟନ୍ତ ଖାସ୍‌। ଯେତେବେଳେ ସେ ନିଜ ଶିଶୁକୁ ୯ ମାସ ପର୍ଯ୍ୟନ୍ତ ଗର୍ଭରେ ରଖିଥାନ୍ତି, ସେହି ସମୟରେ ସେମାନଙ୍କ ଖୁସି କହିଲେ ନ ସରେ। ହେଲେ ୨୫ ବର୍ଷୀୟା କ୍ୟାଥରିନ୍‌ ବାର୍ନେସ ତାଙ୍କର ଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। କ୍ୟାଥରିନ୍‌ ବର୍ତ୍ତମାନ ୧୦ଟି ସନ୍ତାନର ମା’। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମହିଳା ପ୍ଲାଷ୍ଟିକ୍‌ ଡଲ ବା କଣ୍ଢେଇ ଜନ୍ମ କରନ୍ତି। ଏହି ପ୍ଲାଷ୍ଟିକ କଣ୍ଢେଇକୁ ସେ ନିଜର ପ୍ରକୃତ ପିଲା ପରି ଲାଳନପାଳନ କରିଥାନ୍ତି।


କ୍ୟାଥରିନ ଲାଇଫ୍‌ଲାଇକ୍‌ କଣ୍ଢେଇକୁ ବହୁତ ଭଲ ପାଆନ୍ତି। ସେ ଏହି କଣ୍ଢେଇ ଅର୍ଡର କରିଥାନ୍ତି। ଏହି କଣ୍ଢେଇମାନଙ୍କ ସହ ଘନିଷ୍ଟ ସମ୍ପର୍କ ସ୍ଥାପନ ପାଇଁ କ୍ୟାଥରିନ୍‌ ଅର୍ଡର ଦେବା ପୂର୍ବରୁ ୯ ମାସ ଗର୍ଭବତୀ ପରି ଅଭିନୟ କରିଥାନ୍ତି। ଏହି ସମୟରେ ସେ ଜଣେ ଗର୍ଭବତୀ ମହିଳାଙ୍କ ପରି ସମସ୍ତ କାମ କରିଥାନ୍ତି। ଏଥିସହ ସେ ଶିଶୁର ଅଲଟ୍ରାସାଉଣ୍ଡ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ୯ ମାସ ପରେ ସେ ଏହି ନକଲି ଶିଶୁ ଅର୍ଥାତ୍‌ କଣ୍ଢେଇକୁ ଦୁନିଆ ସମ୍ମୁଖକୁ ଆଣିଥାନ୍ତି। କ୍ୟାଥରିନ ତାଙ୍କ ନାମ ମଧ୍ୟ ରଖିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖରେ ଏପରି ୧୦ଟି କଣ୍ଢେଇ ଅଛନ୍ତି। ଏହି ଡଲ୍ସର ମୂଲ୍ୟ ୩୫ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ। କ୍ୟାଥରିନଙ୍କ ଏପରି ଫଟୋ ଦେଖି ଲୋକେ ତାଙ୍କର ମଜାକ୍‌ ଉଡାଇଥାନ୍ତି। କିଛି ଲୋକ ତାଙ୍କୁ ପାଗଳ ମଧ୍ୟ କହିଥାନ୍ତି। ମାତ୍ର ଏଥିରେ କ୍ୟାଥରିନ୍‌ଙ୍କୁ କିଛି ଫରକ୍‌ ପଡ଼ି ନ ଥାଏ।

Share