ସାଧାରଣଠାରୁ ୨ଗୁଣ ଉଚ୍ଚତାର ଶିଶୁ ଜନ୍ମ

ଲଣ୍ଡନ,୨୭।୫: ଦକ୍ଷିଣ-ପୂର୍ବ ଇଂଲଣ୍ଡର ବକିଂହାମ୍‌ଶାୟାରରେ କାଉଣ୍ଟିର ଜଣେ ୨୭ ବର୍ଷୀୟା ଆମି ନାମକ ମହିଳା ଏକ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଶିଶୁର ଉଚ୍ଚତା ଏବଂ ଓଜନ ସାଧାରଣ ଶିଶୁଙ୍କଠାରୁ ୨ ଗୁଣ। ସାଧାରଣତଃ ନବାଗତ ଶିଶୁଙ୍କ ଉଚ୍ଚତା ୧ଫୁଟ୍‌ ହୋଇଥାଏ। ସେହିପରି ଜଣେ ସୁସ୍ଥ ଶିଶୁର ଓଜନ ପାଖାପାଖି ୩ କେଜି ରହିଥାଏ। କିନ୍ତୁ ମାର୍ଚ୍ଚ ୨୫ତାରିଖରେ ବକିଂହାମ୍‌ଶାୟାରର ଏକ ମେଡିକାଲରେ ଜନ୍ମ ହୋଇଥିବା ଶିଶୁର ଉଚ୍ଚତା ୨ଫୁଟ୍‌ ହୋଇଥିବା ବେଳେ ଓଜନ ୧୨ ପାଉଣ୍ଡ ଅର୍ଥାତ୍‌ ୫.୪୪ କେଜି। ଏଭଳି ବିରଳ ଶିଶୁ ପ୍ରସବ ହେବା ପରେ ହସ୍ପିଟାଲ ଡାକ୍ତରଙ୍କ ସମେତ ଅନ୍ୟମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଜନ୍ମ ବେଳେ ଶିଶୁ ଜାଗ୍ରିସ୍‌ଙ୍କ ଉଚ୍ଚତା ଏତେ ଥିଲା ଯେ, ତାଙ୍କୁ ଓଜନ ମାପ ଯନ୍ତ୍ରରେ ରଖାଯାଇ ପାରି ନ ଥିଲା। ଏପରି କି ମେଡିକାଲର ସିଜେରିଆନ୍‌ ବିଭାଗରୁ ତାଙ୍କୁ ଆଣିବା ପାଇଁ ୨ଜଣ ଲୋକଙ୍କ ଆବଶ୍ୟକତା ପଡିଥିଲା।

Share