ମଝି ଆକାଶରେ ପୁତ୍ର ସନ୍ତାନଙ୍କୁ ଜନ୍ମଦେଲେ ମହିଳା: ଲାଇଫ୍‌ ଟାଇମ୍‌ ମାଗଣା ଫ୍ରି ଟିକଟ ଉପହାର ଦେଲା ଇଣ୍ଡିଗୋ

ନୂଆଦିଲ୍ଲୀ, ୮।୧୦: ଦିଲ୍ଲୀରୁ ବେଙ୍ଗାଲୁରୁ ଉଡ଼ାଣ କରୁଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ପୁତ୍ର ସନ୍ତାନଙ୍କୁ ଜନ୍ମଦେଇଛନ୍ତି। ମଝି ଆକାଶରେ ହଠାତ୍‌ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବାଧ୍ୟ ହୋଇ ଡାକ୍ତରଙ୍କ ସହାୟତାରେ ମହିଳାଙ୍କ ପ୍ରସବ କରାଯାଇଥିଲା। ବେଙ୍ଗାଲୁରୁରେ ବିମାନ ଅବତରଣ କରିବା ମହିଳାଙ୍କ ନବଜାତ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ମା’ ଏବଂ ଶିଶୁ ସୁସ୍ଥ ଥିବା ଇଣ୍ଡିଗୋ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଉପହାର ସ୍ବରୂପ ଇଣ୍ଡିଗୋ ପକ୍ଷରୁ ସମ୍ପୃକ୍ତ ଶିଶୁଙ୍କ ଲାଗି ଲାଇଫ୍‌ ଟାଇମ୍‌ ମାଗଣା ଫ୍ରି ଟିକଟ ପ୍ରଦାନ କରାଯାଇଛି। ଏହି ଅଭାବନୀୟ ଘଟଣା ଇଣ୍ଡିଗୋର ୬-ଇ ୧୨୨ ବିମାନରେ ଘଟିଛି। ଅବତରଣ ପରେ ମା’ଓ ଶିଶୁଙ୍କୁ ବେଙ୍ଗାଲୁରୁ ବିମାନ ବନ୍ଦରରେ ସ୍ବାଗତ କରାଯାଇଥିଲା। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Share